ପ୍ରତି ମିନିଟ୍‌ରେ ୧,୦୦୦ କୋଟି କ୍ଷତି: ନିବେଶକ ହରାଇଲେ ୩.୭୮ ଲକ୍ଷ କୋଟି

ସେନ୍‌ସେକ୍ସରେ ୫୨୫ ପଏଣ୍ଟ୍‌ ହ୍ରାସ

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ଚୀନ୍‌ର ଦ୍ବିତୀୟ ବଡ଼ ରିଅଲ ଇଷ୍ଟେଟ୍‌ ସଂସ୍ଥା ଏଭର୍‌ଗ୍ରାଣ୍ଡେରେ ଦେଖାଦେଇଥିବା ସଙ୍କଟ ସାରା ବିଶ୍ବର ଷ୍ଟକ ବଜାରକୁ ପ୍ରଭାବିତ କରିଛି। ଭାରତୀୟ ଷ୍ଟକ ବଜାର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ବିପୁଳ ପରିମାଣର ଇକ୍ବିଟି ସେୟାର ବିକ୍ରି କରିଛନ୍ତି। ଫଳରେ ସେନ୍‌ସେକ୍ସ ୫୨୫ ପଏଣ୍ଟ୍‌ ହ୍ରାସ ପାଇ ୫୮,୪୯୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ୩.୭୮ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସମସ୍ତ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍) ୩.୭୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୨୫୫.୧୮ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୧୮୮ ପଏଣ୍ଟ୍‌ ହ୍ରାସ ପାଇ ୧୭,୩୯୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି କାରବାର ସମୟରେ ପ୍ରତି ମିନିଟ୍‌ରେ ନିବେଶକମାନେ ୧୦୦୦ କୋଟି ଟଙ୍କା ହରାଇଛନ୍ତି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ କାରବାର ବେଳେ ନିବେଶକମାନେ ଧାତବ କଂପାନି ଓ ପିଏସ୍‌ୟୁ ବ୍ୟାଙ୍କଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ ବିକ୍ରି କରିଛନ୍ତି। ଚଳିତ ସପ୍ତାହରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ବୈଠକ ହେବାକୁ ଥିବାରୁ ନିବେଶକମାନେ ଆଗୁଆ ସତର୍କ ହୋଇପଡ଼ିଛନ୍ତି। ସୁଧକୁ ନେଇ କଠୋର ନୀତି ଘୋଷଣା କରିବାର ଆଶଙ୍କା ରହିଛି। ତେଣୁ ନିବେଶକମାନେ ସବୁ ପ୍ରକାର ସତର୍କତା ଅବଲମ୍ବନ କରି କାରବାରରେ ଭାଗ ନେଉଛନ୍ତି। ଆଜି କାରବାର ବେଳେ ଟାଟା ଷ୍ଟିଲ୍‌, ଜେଏସ୍‌ଡବ୍ଲୁ, ହିଣ୍ଡାଲ୍‌କୋ, ୟୁପିଏଲ୍‌, ଭାରତ ପେଟ୍ରୋଲିୟମ୍, ଷ୍ଟେଟ୍‌ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଓ ଟାଟା ମୋଟର୍ସର ସେୟାର ମୂଲ୍ୟ ହ୍ରାସ ପାଇଛି। ହିନ୍ଦୁସ୍ତାନ କପର, ଜିନ୍ଦଲ ଷ୍ଟିଲ୍, ସେଲ୍ ଓ ଇଣ୍ଡିଆବୁଲ୍‌ସ ହାଉସିଂ ଫାଇନାନ୍ସର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। କିନ୍ତୁ, ହିନ୍ଦୁସ୍ତାନ ୟୁନିଲିଭର, ବଜାଜ ଫିନସର୍ଭ, ଆଇଟିସି, ନେସ୍‌ଲେ ଇଣ୍ଡିଆ, ଏଚ୍‌ସିଏଲ୍‌, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe