ରାସ୍ତାକଡ଼ରେ ନିମ୍ନମାନର ହେଲ୍‌ମେଟ୍‌ ଚିନ୍ତା: ହଟାଇବାକୁ ଦେଶବ୍ୟାପୀ ଅଭିଯାନ

Advertisment

ବିଆଇଏସ୍‌ ଓ ଆଇଏସ୍‌ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍‌ ନିର୍ମାତା ଓ ବିକ୍ରେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖାଯାଇଛି।

ବିଆଇଏସ୍‌ ଓ ଆଇଏସ୍‌ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍‌ ନିର୍ମାତା ଓ ବିକ୍ରେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖାଯାଇଛି।

dgddgdgdagd

ନୂଆଦିଲ୍ଲୀ: ରାସ୍ତାକଡ଼ରେ ବିକ୍ରି ହେଉଥିବା ନିମ୍ନମାନର ହେଲ୍‌ମେଟ୍‌ ବି‌ରୋଧରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି। ବିଆଇଏସ୍‌ ଓ ଆଇଏସ୍‌ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍‌ ନିର୍ମାତା ଓ ବିକ୍ରେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖାଯାଇଛି। ସଡ଼କ ସୁରକ୍ଷା ସଚେତନତା ଅଭିଯାନ ସହ ଏହାକୁ ଯୋଡ଼ିବା ଏବଂ ଆବଶ୍ୟକ ସ୍ଥଳେ ଆରକ୍ଷୀ ଅଧୀକ୍ଷକ ଓ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌) ଫିଲ୍‌ଡ ଅଫିସରମାନଙ୍କ ସାହାଯ୍ୟ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପୁଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଅଭିଯାନ ପ୍ରତି ସହଯୋଗ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଶାଖା କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। 

ଜିଲ୍ଲାପାଳଙ୍କୁ ଖାଉଟି ବ୍ୟାପାର ବିଭାଗର ଚିଠି
ହଟାଇବାକୁ ଦେଶବ୍ୟାପୀ ଅଭିଯାନ

ରାସ୍ତାକଡ଼ରେ ନିମ୍ନମାନର ହେଲ୍‌ମେଟ୍‌ ବିକ୍ରି ହେବା ଏବଂ ବିକ୍ରେତାମାନେ ଗ୍ରାହକମାନଙ୍କୁ ବୁଝାଇସୁଝାଇ ସେଗୁଡ଼ିକୁ ବିକ୍ରି କରିବାରେ ସଫଳ‌ ହେଉଥିବାରୁ କେନ୍ଦ୍ର ଖାଉଟି ବ୍ୟାପାର ସଚିବ ନିଧି ଖାରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ହେଲ୍‌ମେଟ୍‌ ଏକ ଜୀବନ ରକ୍ଷାକାରୀ ଉପକରଣ। ଏହାର ଗୁଣାତ୍ମକ ମାନରେ କୌଣସି ପ୍ରକାର ସାଲିସ ହେବା ଅନୁଚିତ। ଦେଶବ୍ୟାପୀ ଅଭିଯାନ ଜରିଆରେ ଅସୁରକ୍ଷିତ ହେଲ୍‌ମେଟ୍‌ଗୁଡ଼ିକୁ ବଜାରରୁ ପ୍ରତ୍ୟାହାର କରିବା ଏବଂ ବିଆଇଏସ୍‌ ମାର୍କ ଥିବା ଉତ୍ପାଦ ବିଷୟରେ ଲୋକମାନଙ୍କୁ ସଚେତନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ଜୁନ୍‌ ୧ରୁ ହେଲ୍‌ମେଟ୍‌ ପାଇଁ କ୍ବାଲିଟି କଣ୍ଟ୍ରୋଲ୍‌ ଅର୍ଡର ଜାରି କରାଯାଇଛି। ସମସ୍ତ ହେଲ୍‌ମେଟ୍‌ ପାଇଁ ଆଇଏସ୍‌ ୪୧୫୧:୨୦୧୫ ବିଆଇଏସ୍‌ ମାନକ ବାଧ୍ୟତାମୂଳକ କରାଯାଇଛି। ଏହି ମାନକ ନଥିବା ହେଲ୍‌ମେଟ୍‌ ନିର୍ମାଣ କିମ୍ବା ବିକ୍ରିକୁ ବିଆଇଏସ୍‌ ନିୟମ ୨୦୧୬ର ଉଲ୍ଲଂଘନ ଭାବେ ବିଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe