ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍ ଯଥା ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନ୍ଏସ୍ସି), ପିପିଏଫ୍ର ସୁଧ ହାରରେ ୦.୧% ହ୍ରାସ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ-ସେପ୍ଟେମ୍ବର ତିନି ମାସରେ ଏହି ସ୍କିମ୍ଗୁଡ଼ିକ ଉପରେ କମ୍ ସୁଧ ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର କମ କରିବା ପରେ ଅନ୍ୟ ସୁଧଗୁଡ଼ିକୁ ସେହି ସ୍ତରକୁ ଆଣିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସଞ୍ଚୟ ସୁଧ ହାରକୁ ୪%ରେ ଅପରିବର୍ତିତ ରଖାଯାଇଥିବା ବେଳେ ପିପିଏଫ୍ ଓ ଏନ୍ଏସ୍ସିର ସୁଧକୁ ୮%ରୁ ଖସାଇ ୭.୯% କରାଯାଇଛି। କିସାନ ବିକାଶ ପତ୍ର ଉପରେ ୭.୬% ସୁଧ ମିଳିବ। ପୂର୍ବରୁ ଏଥିରେ ୭.୭% ସୁଧ ମିଳୁଥିଲା। ସୁକନ୍ୟା ସମୃଦ୍ଧି ଖାତା ଉପରେ ୮.୫% ବଦଳରେ ୮.୪% ସୁଧ ମିଳିବ। ପାଞ୍ଚ ବର୍ଷିଆ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ରେ ମଧ୍ୟ ସୁଧ ହାର ହ୍ରାସ ପାଇ ୮.୬% ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us