Image Courtesy of DNA
ନୂଆଦିଲ୍ଲୀ: ଆଜି ଠାରୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇଛି। ସେହି ଅନୁସାରେ, ଦିଲ୍ଲୀରେ ପୂର୍ବରୁ ୧୭୩୪ ଟଙ୍କାରେ ମିଳୁଥିବା ‘ଏଲ୍ପିଜି’ ସିଲିଣ୍ଡର୍ ଏବେ ୨୦୦୦.୫୦ ଟଙ୍କାରେ ବିକ୍ରୟ ହେବ।
ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୧,୯୫୦ ଟଙ୍କା, କୋଲ୍କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି।
ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍ କମ୍ପାନିମାନେ ଘରେ ରୋଷେଇ ପାଇଁ ବ୍ୟବହୃତ ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି।
ସ୍ମରଣଯୋଗ୍ୟ, ପୂର୍ବରୁ ଅକ୍ଟୋବର ୬ ତାରିଖରେ ପେଟ୍ରୋଲିୟମ୍ କମ୍ପାନି ସବୁ ଉପରୋକ୍ତ ସିଲିଣ୍ଡର୍ ଦର ୧୫ ଟଙ୍କା ବୃଦ୍ଧି କରିଥିଲେ। ସେହି ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ୧୪.୨ କେଜି ଓଜନବିଶିଷ୍ଟ ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ୮୯୯.୫୦ ହୋଇଥିବା ବେଳେ ୫ କେଜି ସିଲିଣ୍ଡର୍ର ମୂଲ୍ୟ ରହିଛି ୫୦୨ ଟଙ୍କା।
Follow Us