Business Line
ନୂଆଦିଲ୍ଲୀ: ଗତ ସପ୍ତାହରେ ଏଲ୍ପିଜି ଦର ୧୪୪ ଟଙ୍କା ୫୦ ପଇସା ବୃଦ୍ଧି ପାଇବା ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଆସନ୍ତାମାସରେ ଏଲପିଜି ଦର ହ୍ରାସ ପାଇବା ନେଇ ଆଶ୍ବାସନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସ୍ବାମୀ ବିବେକାନନ୍ଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏଲ୍ପିଜି ଦର ନିରନ୍ତର ବୃଦ୍ଧି ପାଉଛି ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁ ଚଳିତମାସରେ ଏଲ୍ପିଜି ଦର ବୃଦ୍ଧି ଘଟିଛି। ତେବେ ଆସନ୍ତାମାସରେ ଦର କମିବା ସଙ୍କେତ ମିଳୁଛି ବୋଲି ସେ କହିଛନ୍ତି। ଶୀତଦିନେ ଏଲ୍ପିଜି ବ୍ୟବହାର ବୃଦ୍ଧି ପାଇଥାଏ। ଏଥିଯୋଗୁ ଦର ବୃଦ୍ଧି ଘଟିଛି। ଆସନ୍ତାମାସରେ ଏହା କମିପାରେ। ଏଲ୍ପିଜି ଦର ବୃଦ୍ଧି ଘଟିଥିଲେ ମଧ୍ୟ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ଯେଭଳି ନପଡ଼ିବ ସେଥିପାଇଁ ସରକାର ସବ୍ସିଡି ପରିମାଣ ପ୍ରାୟତଃ ଦୁଇଗୁଣ କରି ଦେଇଛନ୍ତି।
Follow Us