Image Courtesy of India Today
ନୂଆଦିଲ୍ଲୀ: ନଭେମ୍ବର ମାସ ପାଇଁ ଏଲ୍ପିଜି ଦରରେ ବୃହତ୍ ବୃଦ୍ଧି ଘଟିଛି। ଭାରତୀୟ ତୈଳ ନିଗମ ଏହାର ୧୪.୨ କିଗ୍ରା ବିଶିଷ୍ଟ ଅଣ ସବ୍ସିଡି ଏଲ୍ପିଜି ବା ଇଣ୍ଡେନ୍ ଦର ସିଲିଣ୍ଡର ପିଛା ୭୬ ଟଙ୍କା ୫୦ ପଇସା ବୃଦ୍ଧି କରିଛି। ଫଳରେ ବଜାର ଦରରେ ମିଳୁଥିବା ଏହି ଏଲପିଜି ଦର ଦିଲ୍ଲୀରେ ୬୮୧ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଥିବାବେଳେ ମୁମ୍ବାଇରେ ଏହା ୬୫୧ ଟଙ୍କାରେ ପହଞ୍ଚିଛି। ସେହିଭଳି କୋଲକାତା ଏବଂ ଚେନ୍ନାଇରେ ଅଣ ସବସିଡି ଏଲ୍ପିଜି ଦର ଯଥାକ୍ରମେ ୭୦୬ ଟଙ୍କା ଏବଂ ୬୯୬ ଟଙ୍କାକୁ ବୃଦ୍ଧି ଘଟିଛି। ଆଜିଠାରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି।
ଅଗଷ୍ଟ ମାସଠାରୁ ଦିଲ୍ଲୀରେ ଏଲ୍ପିଜି ଦର ସିଲିଣ୍ଡର ପିଛା ୧୦୭ ଟଙ୍କା ଏବଂ ମୁମ୍ବାଇରେ ୧୦୫ ଟଙ୍କା ବୃଦ୍ଧି ଘଟିସାରିଲାଣି। ଅର୍ଥାତ୍ ଦିଲ୍ଲୀରେ ୧୮.୬୨ ପ୍ରତିଶତ ଏବଂ ମୁମ୍ବାଇରେ ୧୯.୧୨ ପ୍ରତିଶତ ମୂଲ୍ୟ ବୃଦ୍ଧି ଘଟିଲାଣି। ଏବେ ଦେଶରେ ସରକାର ଗୋଟିଏ ପରିବାରକୁ ବାର୍ଷିକ ୧୨ଟି ଏଲ୍ପିଜି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରୁଛନ୍ତି।
Follow Us