ଏଲ୍‌ପିଜି ଦର ବଢ଼ିଲା

Advertisment
ଏଲ୍‌ପିଜି ଦର ବଢ଼ିଲା

ନୂଆଦିଲ୍ଲୀ: ଆଜି ଉଭୟ ସବ୍‌ସିଡିରେ ଏବଂ ଅଣ ସବ୍‌ସିଡିରେ ମିଳୁଥିବା ରନ୍ଧନ ଗ୍ୟାସ ବା ଏଲ୍‌ପିଜି ଦର ବୃଦ୍ଧି ଘଟିଛି। ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜି ଦର ସିଲିଣ୍ଡର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ଘଟିଛି। ସେହିଭଳି ଅଣ ସବ୍‌ସଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହି ବର୍ଦ୍ଧିତ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ଗ୍ରାହକମାନଙ୍କୁ ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜି ସିଲିଣ୍ଡର କିଣିବାକୁ ୪୯୩ ଟଙ୍କା ୫୫ ପଇସା ଦେବାକୁ ପଡ଼ିବ ବୋଲି ଭାରତୀୟ ତୈଳ ନିଗମ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ବଜାରର ମୂଲ୍ୟ ବୃଦ୍ଧି ସମେତ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟକୁ ବିଚାରକୁ ନେଇ ପ୍ରତିମାସରେ କମ୍ପାନି ଗୁଡ଼ିକ ଏଲ୍‌ପିଜି ମୂଲ୍ୟ ସଂଶୋଧନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe