ଏଲ୍‌ପିଜି ଦର ବଢ଼ିଲା

Advertisment
ଏଲ୍‌ପିଜି ଦର ବଢ଼ିଲା

ନୂଆଦିଲ୍ଲୀ: ବିନା ରିହାତିରେ ବିକ୍ରି କରାଯାଉଥିବା ଏଲ୍‌ପିଜିର ସିଲିଣ୍ଡର ପିଛା ଦର ୧୫ ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ଦର ୫୭୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। କିରାସିନି ଦରରେ ପ୍ରତି ମାସରେ ହେଉଥିବା ବୃଦ୍ଧିର ଧାରା ଜାରି ରହିଛି। ଏହି ଦର ବୃଦ୍ଧି ୨୬ତମ ମାସରେ ପହଞ୍ଚିଛି। ୨୦୧୬ ଜୁଲାଇ ପରଠାରୁ ଏହି ଇନ୍ଧନ ଦର ବଢ଼ିଚାଲିଛି। ଏହି ଭଳି ଦର ବୃଦ୍ଧି ଜାରି ରହିଲେ କିରାସିନି ଉପରେ ଦିଆଯାଉଥିବା ରିହାତି ଦୁଇ ବର୍ଷ ଭିତରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆଜି କିନ୍ତୁ,‌ ତେଲ କଂପାନିଗୁଡ଼ିକ ବିମାନରେ ପଡ଼ୁଥିବା ଇନ୍ଧନ ମୂଲ୍ୟରେ ପାଖାପାଖି ୧% ହ୍ରାସ ଘୋଷଣା କରିଛନ୍ତି। ଏକ କିଲୋଲିଟର ବିମାନ ଇନ୍ଧନ ମୂଲ୍ୟ ୫୯୭ ଟଙ୍କା ହ୍ରାସ ପାଇ ୬୨ ହଜାର ୬୯୯ ଟଙ୍କା ହୋଇଛି। କ୍ରମାଗତ ତୃତୀୟ ମାସରେ ବିମାନ ଇନ୍ଧନ ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe