Image Courtesy of Times Mumbai
ନୂଆଦିଲ୍ଲୀ: ଆଜିଠାରୁ ୧୯-କେ.ଜି. ‘ଏଲ୍ପିଜି’ ବ୍ୟାବସାୟିକ ସିଲିଣ୍ଡର୍ର ମୂଲ୍ୟ ଟ. ୧୦୨.୫୦ ବୃଦ୍ଧି ପାଇଛି। ଫଳରେ ପୂର୍ବରୁ ଟ. ୨,୨୫୩/-ରେ ବିକ୍ରୟ ହେଉଥିବା ଉକ୍ତ ସିଲିଣ୍ଡର୍ ଏବେ ଟ. ୨,୩୫୫.୫୦ରେ ବିକ୍ରୟ ହେବ।
ସେହିପରି ୫-କେ.ଜି. ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଏବେ ଟ. ୬୫୫/-ରହିଛି। କିନ୍ତୁ, ଘରୋଇ ରନ୍ଧନରେ ବ୍ୟବହୃତ ଗ୍ୟାସ୍ ସିଲିଣ୍ଡର୍ର ଦର ଅପରିବର୍ତ୍ତିତ ରହିଛି।
ସୂଚନାଯୋଗ୍ୟ, ମାର୍ଚ ୧ ତାରିଖରେ ୧୯-କେ.ଜି. ‘ଏଲ୍ପିଜି’ ବ୍ୟାବସାୟିକ ସିଲିଣ୍ଡର୍ର ମୂଲ୍ୟ ଟ. ୧୦୫/- ବୃଦ୍ଧି ପାଇଥିଲା। ଏପ୍ରିଲ୍ ୧ରେ ମଧ୍ୟ ୧୯-କେ.ଜି. ‘ଏଲ୍ପିଜି’ ବ୍ୟାବସାୟିକ ସିଲିଣ୍ଡର୍ର ମୂଲ୍ୟ ଟ. ୨୫୦/- ବୃଦ୍ଧି ପାଇଥିଲା।
Image Courtesy of Daily Excelsiorଆଜି ବର୍ଦ୍ଧିତ ଦର ଅନୁସାରେ, ମୁମ୍ବାଇରେ ୧୯-କେ.ଜି. ‘ଏଲ୍ପିଜି’ ବ୍ୟାବସାୟିକ ସିଲିଣ୍ଡର୍ର ମୂଲ୍ୟ ଟ. ୨,୩୦୭/-, କୋଲକାତାରେ ଟ. ୨୩୫୧/-, ଚେନ୍ନାଇରେ ଟ.୨,୫୦୮/- ଟଙ୍କାରେ ବିକ୍ରୟ ହେଉଛି।
ୟୁକ୍ରେନ୍ ପରିସ୍ଥିତି ଏବଂ ଯୋଗାଣ ଅସୁବିଧା ଫଳରେ ବିଶ୍ବବ୍ୟାପୀ ଇନ୍ଧନ ଦର ବୃଦ୍ଧି ପାଇବା କାରଣରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ ‘ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍’ ଏବଂ ‘ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍’ ଆଦି ତୈଳ କମ୍ପାନି ସବୁ ଆଜି ସମଗ୍ର ଦେଶରେ ୫୦୦୦ରୁ ଅଧିକ ‘ଏଲ୍ପିଜି ପଞ୍ଚାୟତ’ରେ ‘ଉଜ୍ଜ୍ବଳା ଦିବସ’ ପାଳନ କରିବେ।
Follow Us