ଏଲ୍‌ପିୟୁର ଶିକ୍ଷା ପୁରସ୍କାର

Advertisment
ଏଲ୍‌ପିୟୁର ଶିକ୍ଷା ପୁରସ୍କାର

ଜଳନ୍ଧର: ଲଭ୍‌ଲି ପ୍ରଫେସନାଲ୍‌ ୟୁନିଭର୍ସିଟି (ଏଲ୍‌ପିୟୁ) ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଂଶସ୍ୱରୂପ ‘ଟ୍ରାନ୍ସଫର୍ମିଂ ଏଜୁକେସନ୍‌ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଦେଶର ବିଭିନ୍ନ ସ୍କୁଲ, କୋଚିଂ ସେଣ୍ଟର୍‌, ଶିକ୍ଷକ, ମେଣ୍ଟର୍‌ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରସ୍କାର ବାବଦରେ ଏକ କୋଟିରୁ ଅଧିକ ଟଙ୍କାର ନଗଦ ରାଶି ପୁରସ୍କାର ଭାବେ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ସମ୍ପର୍କରେ ରହିବା ପାଇଁ ଶ୍ରୀ ମୁଖାର୍ଜୀ ଏହି ଅବସରରେ ‘ପ୍ରଣବ ସାର୍‌ କି ପାଠଶାଳା’ର ଶୁଭାରମ୍ଭ କରିଥିଲେ। ଏଲ୍‌ପିୟୁ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାରକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଲଭ୍‌ଲି ଗ୍ରୁପ୍‌ର ଅଧ୍ୟକ୍ଷ ରମେଶ ମିତ୍ତଲ, ଏଲ୍‌ପିୟୁର ଚାନ୍‌ସେଲର୍‌ ଅଶୋକ ମିତ୍ତଲ ଏବଂ ପ୍ରୋ ଚାନ୍‌ସେଲର୍‌ ରଶ୍ମୀ ମିତ୍ତଲ ଉପସ୍ଥିତ ଥିଲେ। ଏଲ୍‌ପିୟୁ ପକ୍ଷରୁ ୧୩ଟି ସ୍କୁଲ୍‌କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିବା ବେଳେ ଶିକ୍ଷକମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଏବଂ ଛାତ୍ରଛାତ୍ରୀ ପିଛା ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe