ଭୁବନେଶ୍ବର: ଏଲ୍ଆଣ୍ଡ୍ଟି ଟେକ୍ନୋଲୋଜି ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଂଶ ସ୍ବରୂପ ପୁରୀର ବଡ଼ ଭୋଇ ସାହି ଠାରେ ପ୍ରକଳ୍ପ ନୀଳାଚଳ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପର ଶିଳାନ୍ୟାସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଂପାନିର ଏମ୍ଡି ଓ ସିଇଓ ଡକ୍ଟର କେଶବ ପଣ୍ଡା ଓ ପୁରୀ ଜିଲ୍ଲାପାଳ ବଲ୍ୱନ୍ତ ସିଂହ ଉପସ୍ଥିତ ଥିଲେ। ପ୍ରକଳ୍ପ ନୀଳାଚଳରେ ସାମୁଦ୍ରିକ ଝଡ଼ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ବିପର୍ଯ୍ୟୟ ସହନଶୀଳ ଘର ନିର୍ମାଣ କରାଯିବ। ଏହା ବ୍ୟତୀତ ଏହି ଅଞ୍ଚଳର ବାସିନ୍ଦାମାନଙ୍କୁ କନଷ୍ଟ୍ରକ୍ସନ କାର୍ଯ୍ୟ ଉପରେ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯଦ୍ବାରା ସେମାନେ ଦୀର୍ଘମିଆଦୀ ଭିତ୍ତିରେ ଜୀବିକା ପାଇପାରିବେ। ଏହି ପ୍ରକଳ୍ପ ହିତାଧିକାରୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନ କରିବ ବୋଲି କଂପାନିର ସିଇଓ ଶ୍ରୀ ପଣ୍ଡା କହିଛନ୍ତି। ହାବିଟାଟ୍ ଫର୍ ହ୍ୟୁମାନିଟି ଇଣ୍ଡିଆ ହେଉଛି ଏହି ପ୍ରକଳ୍ପର କନଷ୍ଟ୍ରକ୍ସନ ପାର୍ଟନର୍।
ପୁରୀରେ ଏଲ୍ଆଣ୍ଡ୍ଟିର ପ୍ରକଳ୍ପ ନୀଳାଚଳ
Advertisment
Follow Us