ଅଡିର ନୂଆ ‘କ୍ୟୁ୫’

Advertisment
ଅଡିର ନୂଆ ‘କ୍ୟୁ୫’

ଭୁବନେଶ୍ୱର: ‘ଅଡି ଭୁବନେଶ୍ୱର’ଠାରେ ଅଡି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର କ୍ୟୁ୫କୁ ଉନ୍ମୋଚନ କରାଯାଇଛି। ପ୍ରଯୁକ୍ତି ଦୃଷ୍ଟିରେ ଏଥିରେ ଅନେକ ଉନ୍ନତି ଅଣାଯାଇଛି। ସବୁ ବେଳେ ସଂଯୋଗରେ ରହିବାଠାରୁ ଆରମ୍ଭ କରି ଗାଡ଼ିଚାଳନାରେ ପ୍ରଦର୍ଶନ ଏବଂ ଡ୍ରାଇଭର୍‌ ସହାୟତା ବ୍ୟବସ୍ଥା ଆଦି ବିଭିନ୍ନ କ୍ଷେତ୍ରରେ   ନୂଆ କ୍ୟୁ୫ ବେଶ ଉନ୍ନତ। ନୂଆ କ୍ୟୁ୫ ବିଷୟରେ ଅଡି ଇଣ୍ଡିଆର ମୁଖ୍ୟ ରାହିଲ୍‌ ଅନ୍‌ସାରୀ କହିଛନ୍ତି ଯେ ୨୦୧୮ରେ ଆମେ ପ୍ରଥମ ମଡେଲ୍‌ ଭାବେ କ୍ୟୁ୫ର ବଜାର ପ୍ରବେଶ କରିଛୁ। ଏହାର ପୂର୍ବ ପିଢ଼ି  ଅନେକ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା କାର୍‌ ହୋଇ ରହିଥିଲା। ଦ୍ୱିତୀୟ ପିଢ଼ିର କ୍ୟୁ୫ ସେଭଳି ସଫଳତାକୁ ଦୋହରାଇବ ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର  ଭରନୀ କୁମାର କହିଛନ୍ତି ଅଡି କ୍ୟୁ୫ ଓଡିଶାର ଗ୍ରାହକମାନଙ୍କୁ ପସନ୍ଦ ଆସିବ। ହାଲୁକା ବଡି, ନୂଆ ଡିଭାଇନ୍‌ ଏବଂ ଅନେକ ନୂତନ ବୈଶିଷ୍ଟ୍ୟକୁ ଗ୍ରାହକମାନେ ବହୁତ ପସନ୍ଦ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe