ଲିୟନ ସ୍କିଲ୍ସ ପ୍ରତିଯୋଗିତା-୨୦୨୪: ଦକ୍ଷତା କ୍ଷେତ୍ରରେ ଭାରତକୁ ବହୁ ଆଗକୁ ଯିବାକୁ ହେବ

ଫ୍ରାନ୍ସର ଲିୟନ ସହରରେ ଆୟୋଜିତ ୱାର୍ଲଡ ସ୍କିଲସ୍‌ ପ୍ରତିଯୋଗିତାକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଛନ୍ତି। ୧୩ ତାରିଖରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ପରିଦର୍ଶକ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନଙ୍କ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିଛନ୍ତି।

dgjdggjdgjy

ଲିୟନ(ଫ୍ରାନ୍ସ): ଫ୍ରାନ୍ସର ଲିୟନ ସହରରେ ଆୟୋଜିତ ୱାର୍ଲଡ ସ୍କିଲସ୍‌ ପ୍ରତିଯୋଗିତାକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଛନ୍ତି। ୧୩ ତାରିଖରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ପରିଦର୍ଶକ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନଙ୍କ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଦେଖିଛନ୍ତି। ନିଜ ଦେଶର ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ପାଇଁ ଜାତୀୟ ପତାକା ଧରି ସ୍ଲୋଗାନ୍ ଦେଉଛନ୍ତି। ୧୪ ତାରିଖ ପ୍ରତିଯୋଗିତାର ଶେଷଦିନ ହୋଇଥିବାରୁ ଏବେଠାରୁ ପ୍ରତିଯୋଗୀମାନେ ନିଜ ପ୍ରକଳ୍ପକୁ ସଠିକ୍‌ ଭାବେ ଉପସ୍ଥାପନ କରିବା ପାଇଁ ଏକ ଧ୍ୟାନରେ ମନୋନିବେଶ କରୁଥିବା ଦେଖିବାକୁ ମିଳିଛି। ବିଶ୍ବରେ ଆବଶ୍ୟକ ହେଉଥିବା ସ୍କିଲ୍‌ ବା ଦକ୍ଷତା ଭାରତରେ କିଛି ସୀମିତ ଲୋକଙ୍କ ନିକଟରେ ରହିଛି। ଚୀନ, କୋରିଆ, ଫ୍ରାନ୍ସ, ଜର୍ମାନୀ କିମ୍ବା ଅନ୍ୟ ଦେଶମାନେ ଦକ୍ଷତା ପ୍ରତି ଯେଉଁଭଳି ଆଗ୍ରହ ଦେଖାଉଛନ୍ତି ବା ଯେଉଁ ସ୍ତରକୁ ଗଲେଣି ଭାରତରେ ସେପରି ଉଲ୍ଲେକ୍ଷନୀୟ ଯୋଗଦାନ ଦେଖିବାକୁ ମିଳୁନାହିଁ। ଭିତ୍ତିଭୂମିର ବିକାଶ ସହିତ ଉପଯୁକ୍ତ ପ୍ରଶିକ୍ଷଣ ନରହିଲେ କେବଳ ପିଲାମାନଙ୍କୁ ପ୍ରଦର୍ଶନୀକୁ ବୁଲାବୁଲି କରିବା ପାଇଁ ଯେଭଳି ପଠାନ୍ତି ଭାରତ ବର୍ତ୍ତମାନ ସେହିଭଳି କାର୍ଯ୍ୟ କରୁଛି ବୋଲି ଭାବିବାକୁ ହେବ। ଜନବହୁଳ ରାଷ୍ଟ୍ରରେ ଦକ୍ଷତାକୁ ଯେଭଳି ପ୍ରାଧାନ୍ୟ ଦିଆଯିବା କଥା ତାହା ହେଉନାହିଁ।

ଫ୍ରାନ୍ସର ଲିୟନ ସହରରେ ଚାଲିଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତା ୨୦୨୪ରୁ ଏହି ଚିତ୍ର ସାମ୍ନାକୁ ଆସିଛି। ଚୀନ ଓ କୋରିଆର ପ୍ରତିଯୋଗୀମାନେ ସେମାନଙ୍କ ଷ୍ଟଲ୍‌ରେ ଦକ୍ଷତା ଆଧାରିତ ଯେଉଁସବୁ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ସେ ତୁଳନାରେ ଭାରତ ପଛରେ ରହିଥିବା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଏହା ସତ୍ତ୍ବେ ଭାରତର କିଛି ପ୍ରତିଷ୍ଠାନ ସେମାନଙ୍କ ନିଜସ୍ବ ଉଦ୍ୟମରେ ଏହି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ଭାରତରେ ଦକ୍ଷତା ବିକାଶକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ଯାହାଫଳରେ ଆଗାମୀ ଦିନରେ ନିଯୁକ୍ତିଦାତାମାନେ ଚାକିରି ଦେବା ସମୟରେ ଆଉ ପିଲାଙ୍କ ସାର୍ଟିଫିକେଟ ଦେଖିବେ ନାହିଁ ବରଂ ସେମାନଙ୍କ ନିକଟରେ କ’ଣ ଦକ୍ଷତା ରହିଛି ତାହାକୁ ଦେଖିବେ। ବିଶ୍ବର ଅନେକ ଦେଶରେ ନିଯୁକ୍ତିଦାତାମ‌ାନେ ମଧ୍ୟ ଏଭଳି ପନ୍ଥା ଆପଣାଇବା ଦେଖିବାକୁ ମିଳିଲାଣି।

ଲିୟନଠାରେ ଅନୁଷ୍ଠିତ ବିଶ୍ବ ଦକ୍ଷତା ପ୍ରତିଯୋଗିତାକୁ ଆସୁଥିବା ଦର୍ଶକ, ଅଭିଭାବକମାନେ ଷ୍ଟଲ ବୁଲିବା ସହିତ କେଉଁସବୁ ପ୍ରକଳ୍ପ ଉପରେ କାର୍ଯ୍ୟ ହେଉଛି ତାହାର ନିରୀକ୍ଷଣ ଭଲ ଭାବେ କରୁଛନ୍ତି। ବିଶେଷଜ୍ଞମାନଙ୍କ ସହିତ କଥା ହେଉଛନ୍ତି। ଚଳିତବର୍ଷର ସ୍କିଲ ପ୍ରତିଯୋଗିତାରେ ବିଶ୍ବରୁ ପାଖାପାଖି ୭୦ଟି ଦେଶରୁ ୧୪୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି। ବିଶ୍ବରେ ବର୍ତ୍ତମାନ ଯେଉଁସବୁ ସମସ୍ୟା ରହିଛି ଏବଂ ଆଗାମୀ ଦିନରେ ଯେଉଁସବୁ ସମ୍ଭାବ୍ୟ ସମସ୍ୟା ଦେଖାଦେବ ସେଗୁଡ଼ିକର ସମାଧାନ କିଭଳି କରାଯାଇ ପାରିବ ତାହା ଉପରେ ଇଞ୍ଜିନିୟରମାନେ ଏଠାରେ ପରୀକ୍ଷାନିରୀକ୍ଷା କରୁଛନ୍ତି। ତେଣୁ ଭାରତକୁ ଆଉ ଅଧିକ ବିଳମ୍ବ ନକରି ବିଶ୍ବରେ ଦକ୍ଷତାକୁ ନେଇ ଆରମ୍ଭ ହୋଇଥିବା ବିଶେଷ ଦୌଡ଼ରେ ଏବେଠାରୁ ତତ୍ପରତାର ସହ କାର୍ଯ୍ୟ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe