ଭୁବନେଶ୍ବର: ଓଡ଼ିଶାରେ ଧୂପକାଠି ଉତ୍ପାଦନକୁ ନୂଆ ଶିଖରରେ ପହଞ୍ଚାଇଥିବା ମଧୁକୁଞ୍ଜ ଧୂପ କମ୍ପାନିକୁ ଚଳିତବର୍ଷର ମର୍ଯ୍ୟାଦାଜନକ ଏସ୍ଏମ୍ଇ ୧୦୦ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନିର ନିର୍ଦ୍ଦେଶକ ରାମଅବତାର ଅଗ୍ରୱାଲ କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂ ର୍ବମାଙ୍କ ଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ମଧୁକୁଞ୍ଜ ଧୂପ କମ୍ପାନି ଗତ ୩୦ ବର୍ଷ ଧରି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଉତ୍ପାଦ ଯୋଗାଇ ଗ୍ରାହକଙ୍କ ବିଶ୍ବାସଭାଜନ ହେବା ସହିତ ନିଜକୁ ଲୋକପ୍ରିୟ ବ୍ରାଣ୍ଡ୍ରେ ପରିଣତ କରିପାରିଛି।
ମଧୁକୁଞ୍ଜ ଧୂପ କମ୍ପାନିକୁ ସର୍ବଭାରତୀୟ ଏସ୍ଏମ୍ଇ ୧୦୦ ପୁରସ୍କାର
Advertisment
Follow Us