ଷ୍ଟକ୍ ବଜାରରେ ମହାରାଷ୍ଟ୍ର ବିଜୟ ଉତ୍ସବ: ୨ ଦିନରେ ୧୪ ଲକ୍ଷ କୋଟି ଫାଇଦା

Advertisment

ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ଉତ୍ସବକୁ ଆଜି ନିଆରା ଢଙ୍ଗରେ ନିବେଶକମାନେ ଷ୍ଟକ୍ ବଜାରରେ ପାଳନ କରିଛନ୍ତି। ସେମାନେ ବିପୁଳ ପରିମାଣର ସେୟାର କିଣିବାରୁ...

ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ଉତ୍ସବକୁ ଆଜି ନିଆରା ଢଙ୍ଗରେ ନିବେଶକମାନେ ଷ୍ଟକ୍ ବଜାରରେ ପାଳନ କରିଛନ୍ତି। ସେମାନେ ବିପୁଳ ପରିମାଣର ସେୟାର କିଣିବାରୁ...

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ଉତ୍ସବକୁ ଆଜି ନିଆରା ଢଙ୍ଗରେ ନିବେଶକମାନେ ଷ୍ଟକ୍ ବଜାରରେ ପାଳନ କରିଛନ୍ତି। ସେମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ଥରେ ୮୦ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ଏହା ୯୯୨ ପଏଣ୍ଟ ବୃଦ୍ଧି ପାଇ ୮୦୧୦୯ ପଏଣ୍ଟରେ ବନ୍ଦ ହୋଇଛି। ଗତ ଶୁକ୍ରବାର ଓ ଆଜିକୁ ମିଶାଇ ଦୁଇଟି କାରବାର ଦିନରେ ସେନ୍‌ସେକ୍ସରେ ପ୍ରାୟ ୩୦୦୦ ପଏଣ୍ଟର ବୃଦ୍ଧି ଘଟିଛି। ଏହି ଦୁଇ ଦିନରେ ନିବେଶକମାନଙ୍କୁ ୧୪.୨୦ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୩୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକା ପକ୍ଷରୁ ଲାଞ୍ଚ କାରବାର ଅଭିଯୋଗ ଆସିବା ପରେ ସେନ୍‌ସେକ୍ସ ତଳକୁ ଖସୁଥିଲା। ସୋମବାର କାରବାର ବେଳେ ଗୋଟିଏ ସମୟରେ ସେନ୍‌ସେକ୍ସ ୧୩୦୦ ପଏଣ୍ଟ ଉପରକୁ ଯାଇଥିଲା। କିନ୍ତୁ ଶେଷ ଆଡ଼କୁ କାରବାରରେ ସୁଧାର ଘଟିବାରୁ ତାହା ସାମାନ୍ୟ ତଳକୁ ଖସିଥିଲା। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୩୧୪ ପଏଣ୍ଟ ବୃଦ୍ଧି ସହ ୨୪,୨୨୧ ପଏଣ୍ଟରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe