ଇମ୍ଫାର ମହାଗିରି ଖଣିକୁ ସର୍ବୋକୃଷ୍ଟ ସୁରକ୍ଷା ପୁରସ୍କାର

Advertisment
ଇମ୍ଫାର ରାଜସ୍ବ ୩୯୨ କୋଟି

ଭୁବନେଶ୍ୱର: ଇମ୍ଫାର ମହାଗିରି କ୍ରୋମାଇଟ ଖଣିକୁ ସର୍ବୋକୃଷ୍ଟ ନିରାପତ୍ତା ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ମେଟାଲିଫେରସ୍‌ ମାଇନ୍ସ ନିରାପତ୍ତା ସପ୍ତାହ ଉତ୍ସବ କମିଟି ଏବଂ ଭୁବନେଶ୍ୱର ଅଞ୍ଚଳର ଖଣି ସୁରକ୍ଷା ମହାନିର୍ଦେଶକଙ୍କ ସହଯୋଗରେ ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ଲିମିଟେଡ ପକ୍ଷରୁ ଗୋପାଳପୁରଠାରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି। ମହାଗିରି କ୍ରୋମାଇଟ ଖଣି ସମେତ ଇମ୍ଫାର ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି। ଇମ୍ଫା ପକ୍ଷରୁ ଇମ୍ଫାର ବରିଷ୍ଠ ଉପସଭାପତି(ମୁଖ୍ୟ-ଖଣି) ସଞ୍ଜୀବ ଦାସ, ସାଧାରଣ ପରିଚାଳକ(ଖଣି) ଲଲାଟେନ୍ଦୁ ମହାପାତ୍ର, ବରିଷ୍ଠ ପ୍ରବନ୍ଧକ(ଖଣି) ମନୋଜ ସାମଲ ପ୍ରମୁଖ ଯୋଗଦେଇ ଏସବୁ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe