ମହିନ୍ଦ୍ରା ଫାଷ୍ଟ୍‍ ଚଏସ୍‌ର ନୂଆ ଡିଲରସିପ୍‌

Advertisment
ମହିନ୍ଦ୍ରା ଫାଷ୍ଟ୍‍ ଚଏସ୍‌ର ନୂଆ ଡିଲରସିପ୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ପ୍ରି-ଓନଡ୍‌ କାର୍‌ କଂପାନି ମହିନ୍ଦ୍ରା ଫାଷ୍ଟ୍‍ ଚଏସ୍‌ ପକ୍ଷରୁ ଏହାର ନୂତନ ସ୍ୱୀକୃତିପ୍ରାପ୍ତ ଡିଲରସିପ୍‌ ‘ଗାଲାକ୍ସି ମୋଟର୍ସ’ ପଟିଆ ଷ୍ଟେସନ୍‌ ରୋଡ୍‌ଠାରେ ଖୋଲାଯାଇଛି। ୮୫୦୦ ବର୍ଗଫୁଟର ଏହି ଡିଲରସିପ୍‌କୁ କଂପାନିର ଜୋନାଲ୍‌ ମୁଖ୍ୟ (ପୂର୍ବାଞ୍ଚଳ) ସବ୍ୟସାଚୀ ଦାସ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେଫ୍‌ରିସ୍କ ଇନ୍‌ସ୍ୟୁରାନ୍ସ ବ୍ରୋକର୍ସର ଅଧ୍ୟକ୍ଷ ଅଶୋକ ମିଶ୍ର ଓ କଂପାନିର ରାଜ୍ୟ ପ୍ରବନ୍ଧକ ଶୁଭାଶିଷ ଦାସ ଉପସ୍ଥିତ ଥିଲେ। ଏଠାରେ ବିଭିନ୍ନ କଂପାନିର ବ୍ୟବହୃତ କାର୍‌ ବିକ୍ରି କରାଯାଉଛି। ଗ୍ରାହକମାନଙ୍କୁ ଓ୍ଵାରେଣ୍ଟି, ଫାଇନାନ୍‌ସ ସୁବିଧା ଏବଂ ଆକ୍‌ସେସୋରିଜ୍‌ ଆଦି ମଧ୍ୟ ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe