ଭୁବନେଶ୍ୱର, : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ନୂଆ ଟିୟୁଭି୩୦୦ ପ୍ଲସ୍କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୯.୬୮ ଲକ୍ଷ ଟଙ୍କା ରହିଛି। ଏଥିରେ ଏମ୍ହକ୍ ଶକ୍ତିଶାଳୀ ଇଞ୍ଜିନକୁ ବ୍ୟବହାର କରାଯାଇଥିବା ବେଳେ ସେଥିରେ ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ରହିଛି। ୯ ଜଣ ଲୋକ ବସିବା ପାଇଁ ଟିୟୁଭି ୩୦୦ ପ୍ଲସ୍ରେ ରହିଛି ବିଳାସପୂର୍ଣ୍ଣ ସିଟ୍ର ବ୍ୟବସ୍ଥା। ଇଟାଲିର ପ୍ରସିଦ୍ଧ ଡିଜାଇନ୍ ହାଉସ୍ ପିନିଫାରିନା ଦ୍ୱାରା ଏହାର ଇଣ୍ଟେରିଅର୍ ଡିଜାଇନ୍ କରାଯାଇଛି। ଏଥଇରେ ଥିବା ୧୭.୮ ସେମି ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ ବ୍ୟବସ୍ଥାରେ ଜିପିଏସ୍ ସୁବିଧା ମଧ୍ୟ ରହିଛି। ଯୁଦ୍ଧ ଟ୍ୟାଙ୍କର୍ ଭଳି ଏହାକୁ ଶକ୍ତ ଡିଜାଇନ୍ ପ୍ରଦାନ କରାଯାଇଛି। ଏହା ତିନି ଭାରିଆଣ୍ଟ୍ ଓ ପାଞ୍ଚଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। ଗ୍ରାହକମାନେ ୧୧, ୯୯୯ ଟଙ୍କା ଭଳି କମ୍ ଇଏମ୍ଆଇରେ ଏହି ଗାଡ଼ି କିଣିପାରିବେ। ନିଜ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।
ମହିନ୍ଦ୍ରାର ନୂଆ ଟିୟୁଭି ୩୦୦ ପ୍ଲସ୍
Advertisment
Follow Us