ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଯଦିଓ ଜଣେ ସଫଳ ଉଦ୍ୟୋଗପତି ଭାବେ ସାରା ଦୁନିଆରେ ପରିଚିତ, କିନ୍ତୁ ଉଦ୍ୟୋଗ ଜଗତ ତାଙ୍କର ପ୍ରଥମ ପସନ୍ଦ ନଥିଲା। ସିନେମା ନିର୍ମାଣ କରିବାକୁ ସେ ଚାହୁଁଥିଲେ। ନିଜ କଲେଜ ଦିନର କଥା ମନେ ପକାଇ ସେ କହିଛନ୍ତି ଯେ ସିନେମା ନିର୍ମାତା ହେବା ମୋର ଅଭିଳାଷ ଥିଲା। କଲେଜରେ ମୁଁ ସିନେମା ବିଷୟରେ ପାଠ ପଢ଼ିଥିଲି। ୭୭ କୁମ୍ଭମେଳା ଉପରେ ସେ ଯେଉଁ ସିନେମାଟି ତିଆରି କରିଥିଲେ ତାହା କଲେଜରେ ତାଙ୍କର ସନ୍ଦର୍ଭ ଭାବେ ଉପସ୍ଥାପନ କରିଥିଲେ। ସେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏକ ଦୁର୍ଗମ ଗ୍ରାମରେ ସୁଟିଂ କରିଥିବା ବୃତ୍ତଚିତ୍ର ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଓ ସେହି ସମୟର ଏକ ଫଟୋ ମଧ୍ୟ ସେ ଟ୍ବିଟର୍ରେ ପୋଷ୍ଟ୍ କରିଛନ୍ତି। ସେହି ସମୟରେ ସେ ୧୬ ଏମ୍ଏମ୍ କ୍ୟାମେରା ବ୍ୟବହାର କରିଥିବା କହିଛନ୍ତି।
ସିନେମା ନିର୍ମାତା ହେବାକୁ ଚାହୁଁଥିଲେ ମହିନ୍ଦ୍ରା
Advertisment
Follow Us