ମହିନ୍ଦ୍ରାର ନୂଆ ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ

Advertisment
ମହିନ୍ଦ୍ରାର ନୂଆ ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ

ଭୁବନେଶ୍ବର: ମହିନ୍ଦ୍ରାର କନ୍‌ଷ୍ଟ୍ରକ୍ସନ ଇକ୍ବିପ୍‌ମେଣ୍ଟ୍‌ ଡିଭିଜନ୍ ପକ୍ଷରୁ ନୂଆ ମହିନ୍ଦ୍ରା ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟକୁ ଟିଆର୍‌ଏସ୍‌ ଇଞ୍ଜିନିୟରିଂରେ ‌ଉନ୍ମୋଚନ କରାଯାଇଛି। ଏହି ଅବସରରେ କଂପାନିର ଗ୍ରାହକ ସେବା ମୁଖ୍ୟ ରାଜେନ୍ଦ୍ର ଆସତେକର, ବ୍ରାଣ୍ଡ୍‌ ମୁଖ୍ୟ ରବି ଶର୍ମା, ଜୋନାଲ୍ ସେଲ୍‌ସ ମୁଖ୍ୟ ସାମ୍ବାଶିବା ରାଜୁ, ଜୋନାଲ ଗ୍ରାହକ ସେବା ପ୍ରବନ୍ଧକ-ଇଷ୍ଟ୍‌ ସନ୍ଦୀପ ଘୋଷ ଏବଂ ଟିଆର୍‌ଏସ୍‌ ଇଞ୍ଜିନିୟରିଂର ଏମ୍‌ଡି ଦେବଦତ୍ତ ରାୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଆସ୍‌ତେକର କହିଛନ୍ତି ଯେ ରୋଡ୍‌ମାଷ୍ଟର ମୋଟର ଗ୍ରେଡର୍‌ ୨୦ ପ୍ରତିଶତ ବଜାର ଅଂଶ ହାସଲ କରିଛନ୍ତି। ନୂଆ ଜି୭୫ ସ୍ମାର୍ଟ ଆମର ବଜାର ଭାଗକୁ ଆହୁରି ବଢ଼ାଇବାରେ ସହାୟକ ହେବ। ଏଥିରେ ୭୪ ଏଚ୍‌ପିର ମହିନ୍ଦ୍ରା ସିଆର୍‌ଡିଆଇ ଇଞ୍ଜିନ ବ୍ୟବହାର କରାଯାଇଥିବା ବେଳେ କଂପାନି ଗାଡ଼ି ଉପରେ କଂପାନି ଏକ ବର୍ଷା ୱାରେଣ୍ଟି ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe