ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବ: ବଡ଼ କମ୍ପାନିଙ୍କ ଆମଦାନି ବିଲ୍‌ କମୁଛି

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି।

dgjdgjdgjdg

ନୂଆଦିଲ୍ଲୀ: ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି। ଏହାଫଳରେ ଦେଶରେ ଅଟୋମୋବାଇଲ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍ସ ଆଦି କ୍ଷେତ୍ରର ବଡ଼ ବଡ଼ କମ୍ପାନିଗୁଡ଼ିକ ଦେଶ ଭିତରେ ଉତ୍ପାଦନ ହେଉଥିବା ବିଭିନ୍ନ ଉପକରଣକୁ ବ୍ୟବହାର କରି ସେମାନଙ୍କ ଉତ୍ପାଦ ନିର୍ମାଣ କରୁଛନ୍ତି। ଫଳରେ ବଡ଼ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି। 

ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ଏଫ୍‌ଏମ୍‌ସିଜି କ୍ଷେତ୍ରର ୨୦ଟି ତାଲିକାଭୁକ୍ତ କମ୍ପାନି ଉପରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ସେମାନଙ୍କ ବିକ୍ରି ତୁଳନାରେ ବିଦେଶୀ ମୁଦ୍ରା ଖର୍ଚ୍ଚ ଭାଗ ହ୍ରାସ ପାଇଛି। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ଏଥିରେ ବଡ଼ଧରଣର ହ୍ରାସ ଘଟିଛି। ମୁଖ୍ୟତଃ ଆମଦାନି ହେଉଥିବା ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା କାରଣରୁ ଏହା ହୋଇଛି। ସର୍ବାଧିକ ହ୍ରାସ ‌ଅଟୋମୋବାଇଲ୍‌ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ମାରୁତି ସୁଜୁକି, ଟାଟା ମୋଟର୍ସ, ହିରୋ ମୋଟୋକର୍ପ, ବଜାଜ୍‌ ଇଲେକ୍ଟ୍ରିକାଲ୍ସ, ହ୍ବିର୍ଲପୁଲ୍‌, ହାଭେଲ୍‌ସ, ବ୍ଲୁ ଷ୍ଟାର, ଅମ୍ବର ଏଣ୍ଟରପ୍ରାଇଜେସ୍‌ ଏବଂ କ୍ରମ୍ପଟନ ଗ୍ରିଭସ୍‌ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଆଦି ରହିଛନ୍ତି। 

ଭାରତରେ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣର ସର୍ବବୃହତ୍ ଠିକା ସଂସ୍ଥା ଡିକ୍ସନ ଟେକ୍ନୋଲୋଜିଜ୍‌ରେ ୨୦୨୪-୨୫ରେ ଆମଦାନି ବିଲ୍ ମୋଟ ବିକ୍ରିର ମାତ୍ର ୬ ପ୍ରତିଶତ ରହିଛି। ୨୦୧୯-୨୦ରେ ଏହା ୪୯ ପ୍ରତିଶତ ରହିଥିଲା। କମ୍ପାନି ଟିଭି ପାନେଲ, କ୍ୟାମେରା ମଡ୍ୟୁଲସ ଏବଂ କମ୍ପ୍ରେସର ଭଳି ସାମଗ୍ରୀ ଦେଶ ଭିତରୁ କ୍ରୟ କରୁଛି। 

ଦେଶର ସର୍ବବୃହତ୍ କାର୍‌ ନିର୍ମାତା ମାରୁତି ସୁଜୁକିର ବିଦେଶୀ ମୁଦ୍ରା ଖର୍ଚ୍ଚ ମୋଟ ବିକ୍ରିର ୬ ପ୍ରତିଶତକୁ ୨୦୨୪-୨୫ରେ କମିଛି। ୨୦୧୯-୨୦ରେ ଏହା ୧୧.୫ ପ୍ରତିଶତରେ ରହିଥିଲା। ଉପରୋକ୍ତ ସମୟ ମଧ୍ୟରେ ଟାଟା ମୋଟର୍ସର ବିଦେଶୀ ମୁଦ୍ରା ଖର୍ଚ୍ଚ ୭ ପ୍ରତିଶତରୁ ୧ ପ୍ରତିଶତକୁ ଖସିଛି। ହିରୋ ମୋଟୋକର୍ପର ବିଦେଶୀ ମୁଦ୍ରା ଖର୍ଚ୍ଚ ପ୍ରାୟ ୧୦ ପ୍ରତିଶତ କମିଛି। ନେସ୍‌ଲେ, ମେରିକୋ ଏବଂ ବ୍ରିଟାନିଆ ଭଳି ଏଫ୍‌ଏମ୍‌ସିଜି କମ୍ପାନିଙ୍କର ବିଦେଶୀ ମୁଦ୍ରା ଖର୍ଚ୍ଚ ମଧ୍ୟ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe