ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ପ୍ରସ୍ତୁତିର ସମୀକ୍ଷା: ମୁଖ୍ୟ ସଚିବଙ୍କ ଜନତା ‌ମଇଦାନ ପରିଦର୍ଶନ

Advertisment
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ପ୍ରସ୍ତୁତିର ସମୀକ୍ଷା: ମୁଖ୍ୟ ସଚିବଙ୍କ ଜନତା ‌ମଇଦାନ ପରିଦର୍ଶନ

ଭୁବନେଶ୍ବର : ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ର ପ୍ରସ୍ତୁତି ଦେଖିବା ଲାଗି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜନତା ‌ମଇଦାନ ପରିଦର୍ଶନ କରିଛନ୍ତି। ସେଠାରେ ସେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପ୍ଲେନାରି ହଲ୍‌, ‌କ୍ଷେତ୍ର ଭିତ୍ତିକ ବୈଠକ ହେବାକୁ ଥିବା ସ୍ଥାନ, ମିଡିଆ ଲାଉଞ୍ଜ୍‌, ପ୍ରଦର୍ଶନୀ ଷ୍ଟଲ୍‌ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତିକୁ ସେ ବୁଲି ଦେଖିଥିଲେ। ବିଦ୍ୟୁତ ଓ ଅଗ୍ନି ନିରାପତ୍ତାକୁ ନେଇ ରହିଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ନିର୍ଦେଶ କରିଛନ୍ତି। ଚବିଶ ଘଣ୍ଟା ସତର୍କ ରହିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଅଗ୍ନିଶମ ଏବଂ ବିଦ୍ୟୁତ ଶକ୍ତି ଅଧିକାରୀଙ୍କୁ ସୁରକ୍ଷା ସାର୍ଟିଫିକେଟ୍‌ ଦେଖାଇବାକୁ ସେ କହିଥିଲେ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe