ଅରବାଜଙ୍କୁ ଭୁଲିନାହାନ୍ତି କି ଅର୍ଜୁନଙ୍କ ବାନ୍ଧବୀ ମଲାଇକା; ପୂର୍ବ ସ୍ବାମୀଙ୍କ କଥା ପଡ଼ିଲାରୁ କାହିଁକି କାନ୍ଦିଲେ?

Advertisment
ଅରବାଜଙ୍କୁ ଭୁଲିନାହାନ୍ତି କି ଅର୍ଜୁନଙ୍କ ବାନ୍ଧବୀ ମଲାଇକା; ପୂର୍ବ ସ୍ବାମୀଙ୍କ କଥା ପଡ଼ିଲାରୁ କାହିଁକି କାନ୍ଦିଲେ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓଟିଟିରେ ଡେବ୍ୟୁ କରି ସାରିଛନ୍ତି। ତାଙ୍କ ରିୟଲିଟି ସୋ’ ‘ମୁଭିଂ ଉଇଥ୍‌ ମଲାଇକା’ ଏବେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ସେ ଏହି ସୋ’ର ଟ୍ରେଲର୍‌ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ଅରବାଜଙ୍କ ସହ ତାଙ୍କର ଛାଡ଼ପତ୍ର ପ୍ରସଂଗରେ କଥା ହେବାରୁ କାନ୍ଦି ପକାଇଛନ୍ତି। ସେ କାନ୍ଦୁଥିବା ବେଳେ ତାଙ୍କୁ ସମବେଦନା ଦେଇ ଫର୍‌ହା ଖାନ୍‌ କହୁଥିବାର ଶୁଣିବାକୁ ମିଳିଛନ୍ତି ଯେ ‘ତୁମେ କାନ୍ଦିଲେ ବି ଖୁବ୍ ସୁନ୍ଦର ଦିଶୁଛ’।

ଟିଜର୍‌ରେ ମଲାଇକା ନିଜର ପ୍ରିୟ ବନ୍ଧୁ କରୀନା କପୁରଙ୍କ ଛଡ଼ା ଫର୍‌ହା ଖାନ୍‌ଙ୍କ ସହ ବି କଥା ହେଉଥିବାର ଦେଖିବାକୁ ମିଳିଛନ୍ତି। ଏହା ମଧ୍ୟରେ ଗୋଟାଏ ମୁହୂର୍ତ୍ତରେ ମଲାଇକା ଖୁବ୍ ଭାବପ୍ରବଣ ହୋଇ ପଡୁଥିବାର ଦେଖିବାକୁ ମିଳିଛନ୍ତି। ସେ ତାଙ୍କ ପୂର୍ବ ସ୍ବାମୀ ଅରବାଜ ଓ ତାଙ୍କ ଜୀବନ ସହ ଯୋଡ଼ା କିଛି ନିଷ୍ପତ୍ତି ବିଷୟରେ କଥା ହୋଇ ଭାବପ୍ରବଣ ହୋଇ ପଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେଲାଣି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଇଛି, ହେଲେ ପ୍ରତ୍ୟେକ ଥର ଉଭୟ ବିବାହ କରିବାକୁ ଯୋଜନା କରିନଥିବା କହିଆସିଛନ୍ତି। ଏହା ସହ ଉଭୟ ମଲାଇକା ଏବଂ ଅର୍ଜୁନ କହିସାରିଛନ୍ତି ଯେ ସେମାନେ ନିଜ ସମ୍ପର୍କରେ ଖୁସି ଅଛନ୍ତି ଏବଂ ବିବାହ କରିବାକୁ ଯୋଜନା କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe