Image Courtesy of The Indian Wire
ଲଣ୍ଡନ: ବ୍ରିଟେନ୍ରୁ ଭାରତକୁ ଫେରିବା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ କରିଥିବା ଆବେଦନକୁ ବ୍ରିଟେନ୍ର ଅଦାଲତ ପୂର୍ବରୁ ମଞ୍ଜୁରି ଦେଇସାରିଛନ୍ତି। ଏହା ବିରୋଧରେ ମାଲ୍ୟା ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ସେ ଏଥିରେ ହାରି ସାରିଛନ୍ତି। କିନ୍ତୁ ତାଙ୍କ ଭାରତ ଫେରିବା ଏବେ ଅନିଶ୍ଚିତତାରେ ରହିଛି। ୬୫ ବର୍ଷୀୟ ମାଲ୍ୟା ବ୍ରିଟେନ୍ରେ ଆଶ୍ରୟ ନେବାକୁ ଆବେଦନ କରିଛନ୍ତି। ଏଥିପାଇଁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇ ନାହିଁ ବୋଲି ବ୍ରିଟେନର ଏକ ଅଦାଲତରେ ମାଲ୍ୟାଙ୍କ ଆଇନଜୀବୀ ଫିଲିପ୍ ମାର୍ସାଲ ସୂଚନା ଦେଇଛନ୍ତି। ଆଇନଜୀବୀଙ୍କ ଏହି ସୂଚନା ପରେ ମାଲ୍ୟା ବ୍ରିଟେନ୍ର ଗୃହ ମନ୍ତ୍ରାଳୟ ନିକଟରେ ଶରଣ ପାଇଁ ଆବେଦନ କରିଥିବା ଅନୁମାନ କରାଯାଉଛି।
ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ଏବେ ବ୍ରିଟେନର ଗୃହମନ୍ତ୍ରୀଙ୍କ ନିକଟରେ ରହିଛି। ତାଙ୍କର ଏକ ଗୋପନୀୟ ନ୍ୟାୟିକ ମାମଲା ଚାଲିଛି ବୋଲି ଆଇନଜୀବୀ କହିଛନ୍ତି। ଏଥିରୁ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ବ୍ରିଟେନରେ ଶରଣ ପାଇଁ ମାଲ୍ୟା କେବେ ଆବେଦନ କରିଛନ୍ତି ତାହା ଉପରେ ଅନେକ କିଛି ନିର୍ଭର କରୁଛି। ଯଦି ପ୍ରତ୍ୟର୍ପଣ ରାୟ ପରେ ସେ ଶରଣ ଆବେଦନ କରିଥା’ନ୍ତି ତା’ହେଲେ ତାଙ୍କୁ ରିହାତି ମିଳିବା ସମ୍ଭାବନା କମ୍ ରହିଛି।
Follow Us