ମନି ଲଣ୍ଡରିଂ ମାମଲା:ଜବତ ହେବ ମାଲ୍ୟାଙ୍କ ସମ୍ପତ୍ତି

Advertisment

ତୃତୀୟ ବିବାହ କରିବେ

ତୃତୀୟ ବିବାହ କରିବେ

ମନି ଲଣ୍ଡରିଂ  ମାମଲା:ଜବତ ହେବ ମାଲ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ଅପରାଧୀ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ମନି ଲଣ୍ଡରିଂ ମାମଲାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଜାରି କରିଛନ୍ତି। ମାଲ୍ୟାଙ୍କୁ ସମ୍ପତ୍ତି ଜବତ କରିବାକୁ ବେଙ୍ଗାଲୁରୁ ପୁଲିସ କମିସନରଙ୍କୁ ନିର୍ଦେଶ ଦିଆଯାଇଛି। ଏହି ନିୟମ ଠିକ୍‌ ଭାବେ ପାଳନ ହୋଇଛି ନା ନାହିଁ ତାହାର ଏକ ରିପୋର୍ଟ ମେ’ ୮ ସୁଦ୍ଧା ଦାଖଲ କରିବାକୁ କୋର୍ଟ କହିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଆଗତ ମନି ଲଣ୍ଡରିଂ ମାମଲାର ଶୁଣାଣି କରି ଚିଫ୍‌ ମେଟ୍ରୋପଲିଟାଣ୍ଟ୍‌ ମାଜିଷ୍ଟ୍ରେଟ୍‌ ଦୀପକ ଶେରାଓ୍ଵତ ଏଭଳି ନିର୍ଦେଶ ଜାରି କରିଛନ୍ତି।ମନି ଲଣ୍ଡରିଂ ମାମଲାରେ ମାଲ୍ୟାଙ୍କୁ ବାରମ୍ବାର ସମନ ଜାରି କରାଯିବା ସତ୍ତ୍ୱେ ସେ ହାଜର ହୋଇନଥିଲେ। ତେଣୁ ତାଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା। ୨୦୧୬ ନଭେମ୍ବର ୪ରେ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଭାରତ ଫେରିବା ପାଇଁ ମାଲ୍ୟା ପ୍ରସ୍ତୁତ ନାହାନ୍ତି ଓ ଦେଶର ଆଇନ ବ୍ୟବସ୍ଥା ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ ବୋଲି କୋର୍ଟ ଜାଣିବା ପରେ ଏହି ଓ୍ଵାରେଣ୍ଟ୍‌ ଜାରି କରିଥିଲେ। ଏହାର କିଛି ମାସ ପରେ ଗତବର୍ଷ ଏପ୍ରିଲ୍‌ ୧୨ରେ ମାଲ୍ୟାଙ୍କ ବିରୋଧରେ ଓପନ୍‌-ଏଣ୍ଡେଡ୍‌ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ଓପନ୍‌ ଏଣ୍ଡେଡ୍‌ ଓ୍ଵାରେଣ୍ଟ୍‌ର କୌଣସି ସମୟ ସୀମା ନଥାଏ।

ବିଜୟ ମାଲ୍ୟା ତୃତୀୟ ବିବାହ କରିବାକୁ ଯାଉଛନ୍ତି। ପିଙ୍କି ଲାଲ୍‌ଓ୍ଵାନିଙ୍କୁ ସେ ବିବାହ କରିବେ। ୨୦୧୬ରେ ସେ ଦେଶ ଛାଡ଼ିବା ବେଳେ ପିଙ୍କି ତାଙ୍କ ସହିତ ଥିଲେ। ମାଲ୍ୟାଙ୍କ ସବୁ ଭଲ ଓ ଖରାପ ଦିନରେ ପିଙ୍କି ସାଙ୍ଗରେ ଥିଲେ। କିଙ୍ଗଫିସର ଏୟାରଲାଇନ୍‌ସରେ ଏୟାର ହୋଷ୍ଟେସ୍‌ ଭାବେ କାମ ଆରମ୍ଭ କରିଥିବା ପିଙ୍କି ପରବର୍ତି ସମୟରେ ମାଲ୍ୟାଙ୍କ କ୍ୟାଲେଣ୍ଡର ପାଇଁ ମଧ୍ୟ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe