ଭାରତ-ବାଂଲାଦେଶ ବାଣିଜ୍ୟରେ ମମତା ବାଧକ

Advertisment
ଭାରତ-ବାଂଲାଦେଶ ବାଣିଜ୍ୟରେ ମମତା ବାଧକ

GNS News

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିଣ ବାଣିଜ୍ୟ ବୃଦ୍ଧିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବନ୍ଧକ ସାଜିଛନ୍ତି। ଭାରତ ସରକାରଙ୍କ ପଡ଼ୋଶୀ ନୀତି ପ୍ରତି ଆଞ୍ଚ ଆଣିଛନ୍ତି। ପେଟ୍ରାପୋଲ୍‌-ବେନାପୋଲ୍‌ ସୀମାରେ ଗତ ମାର୍ଚ୍ଚ ମାସରୁ ମମତା ବାନାର୍ଜୀଙ୍କ ସରକାର ଏହି ପ୍ରତିବନ୍ଧକ ଠିଆ କରିଛନ୍ତି। ଏଥିଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଗୁରୁତରମାତ୍ରାରେ ପ୍ରଭାବିତ ହୋଇଛି। ଗତ ବୁଧବାର (ଜୁଲାଇ ପହିଲା) ଏହା ଉଗ୍ର ରୂପ ନେଇଛି। ସୀମାରେ ବାଂଲାଦେଶ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇ ଭାରତର ଟ୍ରକକୁ ତା ଦେଶ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ। ମମତା ସରକାରଙ୍କ ଏଭଳି ଆଚରଣ ଯୋଗୁଁ ଚଳିତବର୍ଷ ଏପ୍ରିଲ-ମେ ମାସର ଦ୍ବିପାକ୍ଷିକ ବାଣିଜ୍ୟ ବାଂଲାଦେଶ ସହିତ ୪୨୪ ନିୟୁତ ଡଲାରକୁ ହ୍ରାସ ପାଇଛି। ପୂର୍ବବର୍ଷ ଏହି ସମୟରେ ଉକ୍ତ ବାଣିଜ୍ୟ ରାଶି ୨ ବିଲିଅନ ଡଲାର ରହିଥିଲା।

ଦେଶରେ କରୋନା ପାଇଁ ଲକ୍‌ଡାଉନ୍ ଘୋଷଣାର ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୨୩ରୁ ବାଂଲାଦେଶରୁ କୌଣସି ସାମଗ୍ରୀ ଏହି ବାଟେ ପଶ୍ଚିମବଙ୍ଗକୁ ଆସିବାକୁ ଦିଆଗଲାନାହିଁ। ଏପ୍ରିଲ ୨୯ରେ କିଛି ସମୟ ପାଇଁ ଏହାକୁ ଅନୁମତି ମିଳିଥିବାବେଳେ ପରେ ମେ ୨ରୁ ପୁଣି ବନ୍ଦ କରିଦିଆଯାଇଛି। ଏହାପରେ ଜୁନ ୭ରୁ ବାଣିଜ୍ୟ ଅନୁମତି ମିଳିଥିଲା। କିନ୍ତୁ ଭାରତରୁ ବାଂଲାଦେଶକୁ ଟ୍ରକ ଯିବାକୁ ଅନୁମତି ଦିଆଯାଉଥିବାବେଳେ ସେଠାରୁ ଭାରତକୁ ଟ୍ରକ ଆସିବାକୁ ଅନୁମତି ମିଳୁ ନଥିଲା। ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୭୦% ବାଣିଜ୍ୟ ଏହି ସୀମା ଦେଇ ହୋଇଥାଏ। କେବଳ ବାଂଲାଦେଶ ନୁହେଁ, ପଶ୍ଚିମବଙ୍ଗ ବାଟେ ନେପାଳ ଓ ଭୁଟାନକୁ ଯାଉଥିବା ଟ୍ରକକୁ ମଧ୍ୟ ଯିବାକୁ ଅନୁମତି ଦିଆଯାଉନାହିଁ ବୋଲି ଜଣାଯାଇଛି। ତେବେ ତ୍ରିପୁରା ଦେଇ ଭାରତରୁ ବାଂଲାଦେଶକୁ ମାଲ ପରିବହନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe