ଆମାଜନରୁ ଅର୍ଡର କରିଥିଲେ ପାସପୋର୍ଟ କଭର, ଘରେ ପହଞ୍ଚିଲା ଏଭଳି ଜିନିଷ

୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି

ନୂଆଦିଲ୍ଲୀ: ଅନେକ ଥର ଖବର ଆସିଛି କି ଗ୍ରାହକ ଅନଲାଇନରୁ ଗୋଟିଏ ଜିନିଷ ଅର୍ଡର କରିଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଥାଏ। ତାହା କେତେବେଳେ ମଗାଇ ଥିବା ଜିନିଷ ଠାରୁ ମହଙ୍ଗା ହୋଇଥାଏ ତ କେତେବେଳେ ଅତି ନିମ୍ନମାନର ହୋଇଥାଏ। କିଛି ଲୋକ ଏହି ଘଟଣାକୁ ନେଇ ଅଭିଯୋଗ କରୁଥିବା ‌ବେଳେ ଆଉ କିଛିଲୋକ ଚୁପ ରହି ଯାଇଥାଆନ୍ତି।

ନିକଟରେ ଏକ ଅଦ୍ଭୁତ ଘଟଣା କେରଳର ୱାୟାନାଡ ଜିଲ୍ଲାର କାନିଆମ୍ବେଟ୍ଟାର ମୂଳ ବାସିନ୍ଦା ମିଥୁନ ବାବୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଘଟିଛି। ସେ ପାସପୋର୍ଟ କଭର ବଦଳରେ ଏକ ମୂଳ ପାସପୋର୍ଟ ପାଇଥିଲେ, ଯାହା ସେ ଇ-କମର୍ସ କମ୍ପାନି ଆମାଜନରୁ ଅନଲାଇନରେ ଅର୍ଡର କରିଥିଲେ।

ୱାୟାନାଡର ବ୍ୟକ୍ତି ଅକ୍ଟୋବର ୩୦ରେ ଆମାଜନରୁ ଏକ ପାସପୋର୍ଟ କଭର ଅର୍ଡର କରିଥିଲେ । ନଭେମ୍ବର ୧ ତାରିଖରେ ତାଙ୍କ ଅର୍ଡର ଘରେ ପହଞ୍ଚି ଯାଇଥିଲା। ଯେତେବେଳେ ସେ ଡେଲିଭରି ପ୍ୟାକେଟ୍ ଖୋଲିଲେ ସେ କଭର ସହିତ ଏକ ଅରିଜିନାଲ ପାସପୋର୍ଟ ପାଇଥିଲେ। ଏହି ପାସପୋର୍ଟ ତାଙ୍କର ନଥିଲା, କିନ୍ତୁ ଥ୍ରୀସୁରର କୁନ୍ନମ୍କୁଲମ୍ ନିବାସୀ ମହମ୍ମଦ ସଲିହ ନାମକ ଜଣେ ବ୍ୟକ୍ତିଙ୍କର ଥିଲା ।

ଉକ୍ତ ବ୍ୟକ୍ତି ଜଣକ ତୁରନ୍ତ ଆମାଜନ କଷ୍ଟମର କେୟାର ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ। କଷ୍ଟମର କେୟାର ଏଗଜିକ୍ୟୁଟିଭଙ୍କ ପ୍ରତିକ୍ରିୟା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ସେ କହିଥିଲେ, ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ ଏବଂ ବିକ୍ରେତାଙ୍କୁ ପରବର୍ତ୍ତୀ ସମୟରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବ।

କଷ୍ଟମର କେୟାର ଏଗଜିକ୍ୟୁଟିଭ ଏହା ଜଣାଇଲେ ବି ନାହିଁ ସେ ପାସପୋର୍ଟ କ’ଣ କରିବେ । ଏହି ଘଟଣା ପରେ ମିଥୁନ୍ ବାବୁ ନିଜେ ଖୁବ୍ ଶୀଘ୍ର ପାସପୋର୍ଟକୁ ମାଲିକଙ୍କୁ ଦେବାକୁ ଯୋଜନା କରୁଛନ୍ତି। ଏଭଳି ଘଟଣା ଘଟିବା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଅକ୍ଟୋବରରେ, କେରଳର ଆଲୁଭା ନାମକ ଜଣେ ବ୍ୟକ୍ତି ଆମାଜନରୁ ଏକ ଆଇଫୋନ୍ ୧୨ଅର୍ଡର କରିଥିଲେ, କିନ୍ତୁ ୫ ଟଙ୍କା ସହିତ ଏକ ଡିସୱାଶିଂ ବାର୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe