ନୂଆଦିଲ୍ଲୀ: ଅନଲାଇନ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଘର ବସି ସେମାନଙ୍କ ମନ ପସନ୍ଦର ସାମଗ୍ରୀ ମଗାଇ ପାରୁଛନ୍ତି। କିନ୍ତୁ ସମୟ ସମୟରେ ଗ୍ରାହକ ଅନଲାଇନ ଠକେଇର ବି ଶିକାର ହୋଇଥାଆନ୍ତି। ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଗିଜର ମଗାଇଥିବା ବେଳେ ଗୋଟେ ପେଟି ମ୍ୟାଗି ଆସି ଘରେ ପହଞ୍ଚିଥିଲା। ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି।
ଜଣେ ଅନଲାଇନ ଗ୍ରାହକ ଏକ ଲକ୍ଷ ଟଙ୍କାର ଆଇଫୋନ ୧୩ ମଗାଇଥିବା ବେଳେ ତାଙ୍କ ଘରେ ଟଏଲେଟ୍ ପେପରରେ ଗୁଡ଼ାଇ ହୋଇଥିବା ଦୁଇଟି ଚକୋଲେଟ୍ ପହଞ୍ଚିଥିଲା। ଏଭଳି ଏକ ମାମଲା ଇଂଲଣ୍ଡର ଲିଡ୍ସରରେ ଘଟିଛି।
ଗ୍ରାହକ ଡାନିଏଲ୍ କାରୋଲ କହନ୍ତି, ଆପଲ୍ ୱେବସାଇଟ୍ ମାଧ୍ୟମରେ ଡିସେମ୍ବର ୨ରେ ମୁଁ ଆଇଫୋନ୍ ୧୩ ଅର୍ଡର କରିଥିଲି। ଘରେ ଯେତେବେଳ ଏହି ଅର୍ଡର ପହଞ୍ଚିଥିଲା ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଏହା ଭିତରେ ଶସ୍ତା ଟଏଲେଟ ପେପରର ରୋଲ୍ ଥିଲା, ଯାହା ଦୁର୍ଗନ୍ଧିତ ଥିଲା ଏବଂ ଏଥିରେ ଦୁଇଟି ଡେରିମିଲ୍କ ଓରିଓ ଚକୋଲେଟ ଗୁଡ଼ାଇ ହୋଇ ରହିଥିଲା ।
Follow Us