ଅନଲାଇନରୁ ଯୁବକ ମଗାଇଥିଲେ ସେଓ, ଆସିଲା ଦାମିକା ଫୋନ

Advertisment
ଅନଲାଇନରୁ ଯୁବକ ମଗାଇଥିଲେ ସେଓ, ଆସିଲା ଦାମିକା ଫୋନ

ନୂଆଦିଲ୍ଲୀ: ଅନେକ ସମୟରେ ଖବର ଆସିଛି କି ଗ୍ରାହକ ଅନଲାଇନରେ ଗୋଟିଏ ଜିନିଷ ମଗାଇଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଥାଏ। ବେଳେବେଳେ ଗ୍ରାହକ ଅନଲାଇନରେ ଫୋନ ମଗାଇଥିବା ବେଳେ ଡେଲିଭରି ସମୟରେ ବକ୍ସ ଭିତରେ ସାବୁନ, ଇଟା ଭଳି ସାମଗ୍ରୀ ଥିବା ଦେଖିବାକୁ ମିଳିଥାଏ।

ଯାହାକୁ ଦେଖି ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। କିନ୍ତୁ ନିକଟରେ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ଅନଲାଇନରେ ସେଓ ମଗାଇଥିବା ବେଳେ ଘରେ ଆସି ଫୋନ ପହଞ୍ଚିଥିବା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ବି ହୋଇଯାଇଥିଲେ।

ଏଭଳି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି। ନିକ୍ ଜେମ୍ସ ନାମକ ଜଣେ ଯୁବକ ଲୋକାଲ ସୁପରମା‌ର୍କେଟ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ସହିତ ସେଓ ବି ମଗାଇଥିଲେ। ଘରେ ଯେତେବେଳେ ସେ ଅର୍ଡର କରିଥିବା ପାର୍ସଲ ପହଞ୍ଚିଥିଲା ବକ୍ସ ଭିତରେ ଆପଲ କମ୍ପାନିର ଏକ ଆଇଫୋନ ଥିବା ଦେଖି ସେ ଚକିତ ହୋଇଯାଇଥିଲେ।

ତେବେ ତାଙ୍କ ଆକାଉଣ୍ଟରୁ କେବଳ ସେଓ ପାଇଁ ଯେତିକି ଟଙ୍କା ଆବଶ୍ୟକ ସେତିକି ଟଙ୍କା କଟା ଯାଇଥିଲା। ପରେ ସେ କମ୍ପାନି ସହିତ ଫୋନରେ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଲେ କି  କମ୍ପାନି ସୁପର ସବଷ୍ଟିଚିୟୁଟ ପ୍ରୋମୋସନ ଚଲାଇଥିଲା। ଏହି କ୍ରମରେ ଯେଉଁମାନେ ସାମଗ୍ରୀ କ୍ରୟ କରିଥିଲେ ସେମାନଙ୍କୁ କମ୍ପାନି ମହଙ୍ଗା ଫୋନ ଉପହାର ଦେଇଥିଲା।

ଏହି ତାଲିକାରେ ନିକ ଜେମ୍ସ ନାମ ସାମିଲ ହୋଇଥିଲା। ଯାହାକୁ ଜାଣିବାପରେ ସେ ଖୁସିରେ ଭାବବିହ୍ବଳ ହୋଇଯାଇଥିଲେ। ଫୋନଟିର ମୂଲ୍ୟ୨ ୯ ହଜାର ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe