ରାଜ କୁନ୍ଦ୍ରାଙ୍କ ବିରୋଧରେ ଧମକ ଦେଉଥିବା ଅଭିଯୋଗ ଆଣିଲେ ରାଜସ୍ଥାନ ରୟାଲ୍ସ ମାଲିକ

New Project (10)

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ସହ ଜଡିତ ବିବାଦ ଏବେ ଲଣ୍ଡନ ହାଇକୋର୍ଟରେ ପହଞ୍ଚିଛି। ଦଳର ମାଲିକ ମନୋଜ ବଡାଲେ ତାଙ୍କ ପୂର୍ବତନ ସାଥୀ ରାଜ କୁନ୍ଦ୍ରାଙ୍କ ଉପରେ ବ୍ଲାକମେଲିଂ/ଧମକ ଦେଉଥିବା ସହିତ ୨୦୧୯ର ଗୋପନୀୟତା ଚୁକ୍ତିନାମା ଭଙ୍ଗ କରିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୂର୍ବରୁ ରାଜସ୍ଥାନ ରୟାଲ୍ସରେ ୧୧.୭ ପ୍ରତିଶତ ଅଂଶଧନ ଥିଲା। କିନ୍ତୁ ୨୦୧୫ରେ ଆଇପିଏଲ୍ ବେଟିଂରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ତାଙ୍କର ଅଂଶଧନ ହରାଇବାକୁ ପଡିଥିଲା । ଏହି କାରଣରୁ ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଦୁଇ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା।

ଗତ ମାସରେ ରାଜ କୁନ୍ଦ୍ରା ମନୋଜ ବଡାଲେଙ୍କୁ ଏକ ଇମେଲ୍ ପଠାଇଥିଲେ। ଯେଉଁଥିରେ ସେ ଦାବି କରି କହିଥିଲେ ଯେ ତାଙ୍କୁ ଭ୍ରମିତ କରାଯାଇ ତାଙ୍କର ୧୧.୭ ପ୍ରତିଶତ ଅଂଶଧନର ପ୍ରକୃତ ମୂଲ୍ୟରୁ ବଞ୍ଚିତ କରାଯାଇଛି। ଏନେଇ ମୁଁ ଭାରତୀୟ କର୍ତ୍ତୃପକ୍ଷ ଓ ବିସିସିଆଇକୁ ରିପୋର୍ଟ କରିବି।’

ଏମର୍ଜିଂ ମିଡିଆ ଭେଞ୍ଚର୍ସ ମଇ ୩୦ ତାରିଖରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମଧ୍ୟବର୍ତ୍ତୀକାଳୀନ କୋର୍ଟ ଆଦେଶ ପାଇଛି। ଯେଉଁଥିରେ କୁନ୍ଦ୍ରା କୌଣସି ଆପତ୍ତିଜନକ କିମ୍ବା ମାନହାନିଜନକ ବୟାନ ଦେଇପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି ।

ରାଜ କୁନ୍ଦ୍ରାଙ୍କ ଓକିଲ ସ୍ୱୀକାର କରିଛନ୍ତି ଯେ ଏହି ଆଦେଶ ବିଚାର ଶେଷ ହେବା ପର୍ୟ୍ୟନ୍ତ ଜାରି ରହିପାରେ, କିନ୍ତୁ ଏହା ସାବ୍ୟସ୍ତ ହୋଇନାହିଁ ଯେ ସେ କିଛି ଭୁଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe