ଆଇଆର୍‌ସିଟିସି‌ ୱେବ୍‌ସାଇଟ୍‌, ଆପ୍‌ରେ ଅନେକ ନୂଆ ସୁବିଧା

ଆଇଆର୍‌ସିଟିସି‌ ୱେବ୍‌ସାଇଟ୍‌, ଆପ୍‌ରେ ଅନେକ ନୂଆ ସୁବିଧା

ନୂଆଦିଲ୍ଲୀ: ଆଇଆର୍‌ସିଟିସିର ୱେବ୍‌ସାଇଟ୍‌ ଓ ମୋବାଇଲ୍‌ ଆପ୍‌ରେ ଅନେକ ନୂଆ ସୁବିଧା ଯୋଡ଼ାଯାଇଛି। ଏଥିରେ ରେଳ ଟିକଟ ବୁକିଙ୍ଗ୍‌ ଠାରୁ ଆରମ୍ଭ କରି ଭୋଜନ, ବିଶ୍ରାମ କକ୍ଷ ଏବଂ ହୋଟେଲ୍ ଆଦି ବୁକିଙ୍ଗ୍‌ କରିବା ଆଦି ସୁବିଧା ରହିଛି। ଏହି ଉନ୍ନତ ୱେବସାଇଟ୍‌ ଓ ଆପ୍‌କୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌ ଉନ୍ମୋଚନ କରିଛନ୍ତି। ଯାତ୍ରୀମାନଙ୍କ ପାଇଁ ଏହା ନୂଆବର୍ଷ ଉପହାର ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଇଆର୍‌ସିଟିସିର ୱେବସାଇଟ୍ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ଯାତ୍ରୀମାନଙ୍କୁ ପୂର୍ବାନୁମାନ ଭିତ୍ତିକ ପ୍ରବେଶ ପରାମର୍ଶ ଦେବ। ଫଳରେ ସଠିକ୍ ପ୍ଲାଟଫର୍ମ ଖୋଜିବାରେ ହେଉଥିବା ଅସୁବିଧା ଦୂର ହେବ। ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ପେଜ୍‌ରେ ସରଳ ରିଫଣ୍ଡ୍‌ ଯାଞ୍ଚ ସୁବିଧା ଦିଆଯାଇଛି। ପୂର୍ବରୁ ଏହି ସୁବିଧା ଏତେ ସହଜରେ ମିଳୁନଥିଲା। ନିୟମିତ ଏବଂ ପସନ୍ଦର ଯାତ୍ରା ସ୍ବୟଂକ୍ରିୟ ଭାବେ ଅଳ୍ପ କିଛି ବିବରଣୀ ଦେଇ ବୁକ୍‌ କରିହେବ। ଟିକଟ ବୁକିଙ୍ଗ୍‌ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଗୋଟିଏ ପୃଷ୍ଠାରେ ଟ୍ରେନ୍‌ ଅନୁସନ୍ଧାନ ଏବଂ ଚୟନ ସୂଚନା ରଖାଯାଇଛି। ସବୁ ବର୍ଗର ସିଟ୍‌ ଉପଲବ୍ଧତା ସହିତ ଟିକଟ ମୂଲ୍ୟ ଆଦି ସୂଚନା ଗୋଟିଏ ପୃଷ୍ଠାରେ ମିଳିବ। ଗ୍ରାହକମାନେ ୱେବସାଇଟ୍ ପୃଷ୍ଠାକୁ ତଳକୁ ଖସାଇ (ସ୍କ୍ରଲ୍‌ କରି) ଚାହୁଥିବା ଟ୍ରେନ୍‌ରେ ନିଜ ପସନ୍ଦର ଶ୍ରେଣୀର ସିଟ୍ ବୁକ୍‌ କରିପାରିବେ। ଉପଲବ୍ଧତା ସୂଚନା ମିଳିବାରେ ଯେଉଁ ବିଳମ୍ବ ହେଉଥିଲା ତାହା ଦୂର ହେବ। ‘କେସେ ବ୍ୟବସ୍ଥା’ ଲାଗୁ କରାଯାଇଥିବାରୁ ଏହା ଉପଲବ୍ଧତା ସ୍ଥିତି ତୁରନ୍ତ ଜଣାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe