ମସ୍କ ଡାକୁଛନ୍ତି, ହେଲେ କର୍ମଚାରୀ ଆସିବାକୁ ନାରାଜ; କ’ଣ କରିବେ ବିଶ୍ବର ୧ନଂ ଧନୀ

ମସ୍କ ଡାକୁଛନ୍ତି, ହେଲେ କର୍ମଚାରୀ ଆସିବାକୁ ନାରାଜ; କ’ଣ କରିବେ ବିଶ୍ବର ୧ନଂ ଧନୀ

ନୂଆଦିଲ୍ଲୀ: ଟ୍ବିଟରକୁ କିଣିବା ପରେ ଏହାର ପ୍ରାୟ ଅଧାଅଧି କର୍ମଚାରୀଙ୍କୁ ନୂଆ ମାଲିକ ଏଲନ ମସ୍କ ଛଟେଇ କରିଥିଲେ। ନିଜର ଏହି ନିଷ୍ପତ୍ତିକୁ ନେଇ ମସ୍କ କହିଥିଲେ ଯେ, ଦୁର୍ଭାଗ୍ୟବଶତଃ ଏଭଳି ଛଟେଇ କରିବା ଛଡ଼ା ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। କମ୍ପାନି ଦିନକୁ ୪ ନିୟୁତ ଡଲାରରୁ ଅଧିକ କ୍ଷତି କରୁଛି। ଭାରତୀୟ ମୁଦ୍ରାରେ ଏହି କ୍ଷତି ଦିନକୁ ପାଖାପାଖି ୩୩ କୋଟି ଟଙ୍କା ହେବ। ତେବେ ଏଭଳି ନିଷ୍ପତ୍ତି ନେବାର ୩ଦିନ ପରେ ୟୁ-ଟର୍ନ ମାରିଥିଲେ ମସ୍କ। ଛଟେଇ କରିଥିବା କର୍ମଚାରୀଙ୍କୁ ସେ ପୁଣି ଥରେ ଯୋଗ ଦେବାକୁ କହୁଥିବା ସାମ୍ନାକୁ ଆସିଥିଲା। ଏହି ଖବର ଆସିବା ପରେ ଏଲନ ମସ୍କ ନିଜର ଭୁଲ ବୁଝିପାରିଥିବା ଚର୍ଚ୍ଚା ହୋଇଥିଲା।

ହେଲେ ମସ୍କ ଛଟେଇ କରିଥିବା କର୍ମଚାରୀଙ୍କୁ ଏବେ ପୁଣି ଥରେ କମ୍ପାନିରେ ଯୋଗ ଦେବାକୁ ଡାକୁଥିଲେ ବି କର୍ମଚାରୀ ଟ୍ବିଟରରେ ଯୋଗ ଦେବାକୁ ମନା କରୁଥିବା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ବିଶ୍ବର ୧ନଂ ଧନୀ ଏଲନ ମସ୍କ କ’ଣ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

publive-image indiatoday

ଉଲ୍ଲେଖଯୋଗ୍ୟ, ଟ୍ବିଟରର ମାଲିକ ବନିବା ପରେ ପ୍ରଥମେ ‌ସେ ଭାରତୀୟ ବଂଶୋଦ୍ଭବ ତଥା ଟ୍ବିଟରର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୩ଜଣ ଶୀର୍ଷ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ। ପରେ ମସ୍କ କମ୍ପାନିର ସମସ୍ତ ବୋର୍ଡ ସଦସ୍ୟଙ୍କୁ ହଟାଇବା ପରେ ଭାରତ ସମେତ ସାରା ବିଶ୍ବରେ କମ୍ପାନି ପାଖାପାଖି ୩୮୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ହେଲେ ଏବେ ମସ୍କ ନିଜ ଭୁଲ ବୁଝିପାରି କିଛି କର୍ମଚାରୀଙ୍କୁ ଫେରିବାକୁ କହୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe