ମାରିଟାଇମ୍‌ ଇଣ୍ଡିଆ ଶିଖର ସମ୍ମିଳନୀ, ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର : ଧର୍ମେନ୍ଦ୍ର

Advertisment
ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉ: ଧର୍ମେନ୍ଦ୍ର

Scroll.in

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ। ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ‘ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ’ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି। ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତିର ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା।

ଓଡ଼ିଶାରେ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି। ‌ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ୨୫ ପର୍ଯ୍ୟନ୍ତ ବନ୍ଦର ସ୍ଥାପନ ପାଇଁ ପ୍ରଚେଷ୍ଟା ହେବା ଦରକାର। ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମନିର୍ଭର ଭାରତ ଅଭିଯାନ ଏବଂ ଦେଶକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ବିଭିନ୍ନ ରୋଡ୍‌ମ୍ୟାପ ତିଆରି କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe