କରୋନା ସଙ୍କଟ: ଦୋକାନ ବଜାର ବନ୍ଦ ହେବନି, ସ୍ପଷ୍ଟ କଲା ବ୍ୟବସାୟୀ ମହାସଂଘ

Advertisment
କରୋନା ସଙ୍କଟ: ଦୋକାନ ବଜାର ବନ୍ଦ ହେବନି, ସ୍ପଷ୍ଟ କଲା ବ୍ୟବସାୟୀ ମହାସଂଘ

ପୁନେ: କରୋନା ପ୍ରଭାବରେ ଦୋକାନ ବଜାର ବନ୍ଦ ହେବ ନାହିଁ। ଏନେଇ ଯେଉଁ ପ୍ରଚାର ଚାଲିଛି ତାହା ଗୁଜବ। ସେଥିରେ ବିଶ୍ବାସ ନକରିବାକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ତରଫରୁ ଜନ ସାଧାରଣଙ୍କୁ କୁହାଯାଇଛି। ମହାସଂଘ ସ୍ପଷ୍ଟ କରି‌ଛି ଯେ, ବଜାର ବନ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନାର ମୁକାବିଲା ଲାଗି ସରକାର ସାମ୍ନାରେ ରହି ପଦକ୍ଷେପ ନେଉଛନ୍ତି। ଯାହା ବି କିଛି ନିଷ୍ପତ୍ତି ନିଆଯିବ ତାହା ପୂର୍ବରୁ ସରକାରଙ୍କ ସହ ଆଲୋଚନା କରାଯିବ। କିନ୍ତୁ ସରକାର ଯଦି କିଛି ନିଷ୍ପତ୍ତି ନେବେ ବ୍ୟବସାୟୀମାନେ ତାହାକୁ ପାଳନ କରିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସାରା ଦେଶରେ ୭ କୋଟିରୁ ଅଧିକ ବ୍ୟବସାୟୀ ଅଛନ୍ତି। ସେମାନଙ୍କ ଦୋକାନରେ ୪୫ କୋଟିରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି। ତେଣୁ ଦୋକାନ ବଜାର ବନ୍ଦ କରିବା ପୂର୍ବରୁ ଭଲ ଭାବେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଇ-କମର୍ସ ଜରିଆରେ ହେଉଥିବା କିଣାବିକା ବନ୍ଦ କରିବାକୁ ମଧ୍ୟ ମହାସଂଘ ଦାବି କରିଛି। ଇ-କମର୍ସ କଂପାନିଗୁଡ଼ିକ ଡେଲିଭରି ଦେଉଥିବା ପ୍ୟାକେଟ୍ ଜରିଆରେ କରୋନା ବ୍ୟାପିବାର ଆଶଙ୍କା ରହିଛି ବୋଲି ମହାସଂଘ କହିଛି। ମହାସଂଘର ସଭାପତି ବି ସି ଭର୍ତିଆ ଓ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ସାମଗ୍ରୀଗୁଡ଼ିକର କୌଣସି ଅଭାବ ନାହିଁ। ବ୍ୟବସାୟୀମାନେ ୪୫-୬୦ ଦିନ ପାଇଁ ଷ୍ଟକ ରଖିଛନ୍ତି। ଆସନ୍ତା ୧୫-୨୦ ଦିନ ପର୍ଯ୍ୟନ୍ତ ବିଶେଷ କିଛି ସମସ୍ୟା ହେବନି। ମାତ୍ର ଏହା ପରେ ସମସ୍ୟା ଦେଖାଦେଇପାରେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe