ପୁଣି କାର୍ ମୂଲ୍ୟ ବଢ଼ାଇଲା ମାରୁତି

Advertisment
ମାରୁତି ବିକୁଥିବା ୬୫% କାର୍ ଅଟୋମେଟିକ୍

India TV

ନୂଆଦିଲ୍ଲୀ : ଦେଶର ସର୍ବବୃହତ୍ କାର୍‌ ନିର୍ମାତା ମାରୁତି ସୁଜୁକି ଆଜି ପୁଣି କେତେକ ମଡେଲ୍‌ ଯାନର ମୂଲ୍ୟ ୨୨୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ଆଜିଠାରୁ ଏହି ବର୍ଦ୍ଧିତ ଦରକୁ ଲାଗୁ କରାଯାଇଛି। କାର୍‌ ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ‌ସେଲେରିଓ ଓ ସ୍ବିଫ୍ଟ ବ୍ୟତୀତ ଅନ୍ୟ ସବୁ ମଡେଲ କାର୍‌ର ମୂଲ୍ୟ ବଢ଼ାଯାଇଛି। ଏହା ପୂର୍ବରୁ କମ୍ପାନି ଗତ ଜାନୁଆରି ୧୮ ତାରିଖରେ କେତେକ ମଡେଲ କାର ମୂଲ୍ୟରେ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିଲା। ଯାନ ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ କାର୍‌ ଦାମ୍ କମ୍ପାନିିକୁ ବଢ଼ାଇବାକୁ ପଡ଼ିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe