୬ଟି ସହରରେ ଆରମ୍ଭ ହେଲା ଗାଡି ନ କିଣି ଗାଡି ମାଲିକ ହେବାର ଯୋଜନା

Advertisment
୬ଟି ସହରରେ ଆରମ୍ଭ ହେଲା ଗାଡି ନ କିଣି ଗାଡି ମାଲିକ ହେବାର ଯୋଜନା

Photo-CarandBike

ନୂଆଦିଲ୍ଲୀ: କାର୍‌କୁ ସମ୍ପୂର୍ଣ୍ଣ ନକିଣି ତାହାର ମାଲିକ ହେବାର ସୁଯୋଗ ଦେଇଛି ମାରୁତି ସୁଜୁକି। ଏଥିପାଇଁ କଂପାନି ପକ୍ଷରୁ ସବ୍‌ସ୍କ୍ରିପ୍‌ସନ୍‌ ସ୍କିମ୍ ଘୋଷଣା କରାଯାଇଛି। ସମ୍ପ୍ରତି, କମ୍ପାନୀ ଦେଶର ୬ଟି ବଡ ସହରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି | ଏହି ୬ଟି ସହର ହେଉଛି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ ଏବଂ ବେଙ୍ଗାଲୁରୁ | ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଦେଶର ୬୦ ଟି ସହରରେ ଏହି କାର୍ଯ୍ୟକ୍ରମ ବିସ୍ତାର କରିବାକୁ କମ୍ପାନୀ ଯୋଜନା କରିଛି।

କମ୍ପାନୀ ଅନୁଯାୟୀ, ଏହି ସେବା ଅଧୀନରେ ଗ୍ରାହକମାନେ ମାରୁତି ସୁଜୁକି ଆରେନାରୁ ସ୍ବିଫ୍‌ଟ ଡିଜାୟାର, ଭିଟାରା ବ୍ରିଜା, ଏର୍ଟିଗା, ବାଲେନୋ, ସିଆଜ୍, ଏକ୍ସଏଲ୍‌୬କୁ ଚୟନ କରିପାରିବେ। କମ୍ପାନୀ କହିଛି ଯେ ଏହି କାର୍ଯ୍ୟକ୍ରମ ଅଧୀନରେ ଗ୍ରାହକମାନେ ଗାଡିର ମାଲିକାନା ହାସଲ ନକରି ନୂତନ କାର ବ୍ୟବହାର କରିପାରିବେ। ମାଇଲେସ୍‌‌ ଅଟୋମୋଟିଭ୍ ଟେ‌କ୍ନୋଲୋଜିସ୍‌ ଜରିଆରେ ଏହି ବ୍ୟବସ୍ଥ‌ା ଆରମ୍ଭ କରାଯାଇଛି। ସବ୍‌ସ୍କ୍ରିପ୍‌ସନ୍ ଅବଧି ଶେଷ ହେବା ପରେ ଗାଡ଼ିକୁ ବାଏବ୍ୟାକ୍ କରିବାର ସୁଯୋଗ ମଧ୍ୟ ଗ୍ରାହକଙ୍କୁ ଦିଆଯିବ।

କଂପାନିର ଇଡି ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ପରିବର୍ତିତ ସମୟରେ ଲୋକମାନେ ସାର୍ବଜନୀନ ପରିବହନ ବ୍ୟବସ୍ଥା ବଦଳରେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାକୁ ଚାହୁଛନ୍ତି। ସେମାନେ ପକେଟ୍‌କୁ ସୁହାଇବା ଭଳି ସମାଧାନ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତାକୁ ମାରୁତି ସୁଜୁକି ସବ୍‌ସ୍କ୍ରାଇବ୍‌ ପୂରଣ କରିବାରେ ସହାୟକ ହେବ। ଗ୍ରାହକମାନଙ୍କୁ ଶୂନ ଡାଉନ‌୍‌ ପେମେଣ୍ଟ୍‌, କାର୍‌ର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ, ବୀମା ଓ ୨୪ ଘଂଟିଆ ସଡ଼କ ପାର୍ଶ୍ବ ସହାୟତା ଭଳି ସୁବିଧା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe