ଅକ୍ଟୋବରରେ ମାରୁତି କାର୍ ବିକ୍ରି ବଢ଼ିଲା

Advertisment
ଏପ୍ରିଲ୍‌ରୁ ମାରୁତି କାର୍‌ ଦାମ୍ ବଢ଼ିବ

ନୂଆଦିଲ୍ଲୀ: ଦୀର୍ଘମାସର ବ୍ୟବଧାନ ପରେ ଦେଶର ସର୍ବବୃହତ୍ କାର୍ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆର ଗାଡ଼ି ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ମାରୁତି ସୁଜୁକି ଇଣ୍ଡିଆର କାର ବିକ୍ରି ୪.୫ ପ୍ରତିଶତ ବୃଦ୍ଧି ଘଟି ୧,୫୩,୪୩୫ ୟୁନିଟ୍‌ରେ ପହଞ୍ଚିଛି। ଗତବର୍ଷ ଅକ୍ଟୋବରରେ କମ୍ପାନି ୧,୪୬,୭୬୬ ୟୁନିଟ୍‌ କାର୍‌ ବିକ୍ରି କରିଥିଲା। ଚଳିତବର୍ଷ ଅକ୍ଟୋବରରେ ଘରୋଇ ବଜାରରେ ମାରୁତିର କାର୍‌ ବିକ୍ରି ୨.୩ ପ୍ରତିଶତ ବୃଦ୍ଧି ଘଯି ୧,୩୯,୧୨୧ ୟୁନିଟ୍‌ରେ ପହଞ୍ଚିଛି। ୨୦୧୮ ଅକ୍ଟୋବରରେ ଘରୋଇ ବଜାରରେ କମ୍ପାନିର କାର୍ ବିକ୍ରି ୧,୩୫,୯୪୮ ୟୁନିଟ୍ ରହିଥିଲା। ତେବେ ମିନି କାର୍‌ କ୍ଷେତ୍ରରେ କମ୍ପାନିର ବିକ୍ରି ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe