ନୂଆଦିଲ୍ଲୀ: ମାରୁତି ସୁଜୁକି ପକ୍ଷରୁ ୱାଗନ୍ଆର୍ ଏସ୍-ସିଏନ୍ଜି ମଡେଲ୍କୁ ଉନ୍ମୋଚନ କରାଯାଇଛି। କଂପାନି ଏଲ୍ଏକ୍ସଆଇ ଏବଂ ଏଲଏକ୍ସଆଇ (ଓ) ଭଳି ଦୁଇଟି ଭାରିଆଣ୍ଟ୍ର ସିଏନ୍ଜି ମଡେଲ୍ ଆଣିଛି। ପ୍ରଥମ ମଡେଲ୍ର ଏକ୍ସ ସୋ’ରୁମ୍ ଦର (ଦିଲ୍ଲୀ) ୪ ଲକ୍ଷ ୮୪ ହଜାର ଟଙ୍କା ରହିଥିବା ବେଳେ ଦ୍ବିତୀୟ ମଡେଲ୍ର ମୂଲ୍ୟ ୪ ଲକ୍ଷ ୮୯ ହଜାର ଟଙ୍କା ରହିଛି। ସିଏନ୍ଜି ମଡେଲ୍ କେଜି ପିଛା ୩୩.୫୪ କିଲୋମିଟର ମାଇଲେଜ୍ ପ୍ରଦାନ କରୁଥିବା କଂପାନି ପକ୍ଷରୁ ଦାବି କରାଯାଇଛି। ସିଏନ୍ଜି ଭିତ୍ତିଭୂମି ଥିବା ରାଜ୍ୟଗୁଡ଼ିକରେ କଂପାନି ୱାଗନ୍ଆର୍ର ଏହି ମଡେଲ୍ଗୁଡ଼ିକୁ ବିକ୍ରି କରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us