ନୂଆ ରୂପରେ ମାରୁତି ସୁଜୁକି 'ଡିଜାୟାର'

Advertisment
ମାରୁତି ସୁଜୁକିର ରପ୍ତାନି ୨୦ ଲକ୍ଷ ଟପିଲା

Maruti Suzuki

ଭୁବନେଶ୍ବର: ମାରୁତି ସୁଜୁକି ଇଣ୍ତିଆ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହେଉଥିବା ସେଡାନ୍ ଡିଜାୟାର ନୂତନ ପ୍ରିମିୟମ ରୂପକୁ ଉନ୍ମୋଚନ କରାଯାଇଛି। ଏଥିରେ ନୂଆ ବମ୍ପର୍, ଗ୍ରିଲ୍ ଡିଜାଇନ୍, ଆଧୁନିକ ଉଡ୍ ଫିନିସ୍‌ ଇଣ୍ଟେରିଅର ସହ ଏହାର ସମ୍ମୁଖ ଭାଗକୁ ବିଳାସପୂର୍ଣ୍ଣ ଦେଖାଯିବା ଭଳି ଡିଜାଇନ କରାଯାଇଛି। ପରବର୍ତୀ ପିଢ଼ିର କେ–ସିରିଜ୍ ଇଞ୍ଜିନ୍ ଦ୍ବାରା ପରିଚାଳିତ ୨୦୨୦ ଡିଜାୟାର୍‌ରେ କ୍ରୁଜ୍ କଂଟ୍ରୋଲ, ସ୍ମାର୍ଟପ୍ଲେ ଷ୍ଟୁଡିଓ ଇନଫୋଟେନମେଣ୍ଟ ସିଷ୍ଟମ୍, ରଙ୍ଗିନ ଡିସ୍‌ପ୍ଲେ, ସ୍ବୟଂଚାଳିତ ଭାବେ ଫୋଲ୍ଡ (ଭାଙ୍ଗି) ହୋଇପାରୁଥିବା ଓଆରପିଏମଏସ ଓ କି' ଲିଙ୍କ୍‌ ଭଳି ସୁବିଧା ରହିଛି। ‌ଏହାର ବ୍ରେକ୍ ଶକ୍ତିରେ ଉନ୍ନତି ଅଣାଯାଇଛି। ଏହାର ସମସ୍ତ ଭାରିଆଣ୍ଟ୍‌ରେ ଡୁଆଲ୍ ଏୟାରବ୍ୟାଗ୍, ପ୍ରୋ-ଟେନ୍‌ସନର ଫୋର୍ସ ଲିମିଟର ସିଲ୍ ବେଲ୍‌ଟ, ପିଲାଙ୍କ ବସିବା ଲାଗି ସିଟ୍ ଓ ଇବିଡି ସହିତ ଏବିଏସ୍‌ ଭଳି ନିରାପତ୍ତା ବ୍ୟବସ୍ଥା ରହିଛି। ୨୦୨୦ ଡିଜାୟାରର ଏକ୍ସ ସୋ'ରୁମ୍ ଦାମ୍ ୫,୮୯,୦୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe