୬ ବର୍ଷରେ ଟ୍ରେନ ଯୋଗେ ପାଖାପାଖି ୭ ଲକ୍ଷ କାର ପଠାଇଛି ମାରୁତି ସୁଜୁକି

Advertisment
୬ ବର୍ଷରେ ଟ୍ରେନ ଯୋଗେ ପାଖାପାଖି ୭ ଲକ୍ଷ କାର ପଠାଇଛି ମାରୁତି ସୁଜୁକି

photo-the financial express

ମୁମ୍ବାଇ: ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ବୁଧବାର କହିଛି ଯେ ଗତ ୬ ବର୍ଷ ମଧ୍ୟରେ ରେଳ ମାଧ୍ୟମରେ ୬.୭ ଲକ୍ଷ କାର ପରିବହନ କରିଛି। ଗତ ବର୍ଷ ତୁଳନାରେ ଏଥର ୧୮ ପ୍ରତିଶତ ଅଧିକ କାର ଟ୍ରେନ ଯୋଗେ ପରିବହନ କରାଯାଇଛି | ବୃଦ୍ଧି ପଞ୍ଜିକୃତ କରିଛି। କମ୍ପାନୀର କହିବା ଅନୁଯାୟୀ ମାର୍ଚ୍ଚ ୨୦୧୪ ରେ ଟ୍ରେନ ମାଧ୍ୟମରେ ପ୍ରଥମ ଥର ପାଇଁ କାର ପଠାଯାଇଥିଲା।

ରେଳ ମାଧ୍ୟମରେ ନୂତନ କାର ପଠାଇ କମ୍ପାନୀ ପ୍ରାୟ ୩୦୦୦ ଟନ୍ କାର୍ବନ ଡାଇଅକ୍ସାଇଡର ନିର୍ଗମନକୁ ହ୍ରାସ କରିଛି ବୋଲି କମ୍ପାନୀ ବିବୃତ୍ତିରେ କୁହାଯାଇଛି | ସେହିପରି ଏହା ଦ୍ୱାରା ୧୦ କୋଟି ଲିଟର ଇନ୍ଧନ ମଧ୍ୟ ସଞ୍ଚୟ କରିଛି। ମାରୁତି ପକ୍ଷରୁ କୁହାଯାଇଛି ଯେ ଗତ ଆର୍ଥିକ ବର୍ଷରେ ଏହା ରେଳ ମାଧ୍ୟମରେ ୧.୭୮ ଲକ୍ଷ କାର ପଠାଇଛି।

publive-image photo-the statesman

ମାରୁତିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କେନିଚି ଆୟୁକାୱା କହିଛନ୍ତି ଯେ ପ୍ରଥମେ ୧୨୫ କାର ପରିବହନ କରିବାର କ୍ଷମତା ବିଶିଷ୍ଟ ଏକ ରେଳ ୱାଗନ୍ ବ୍ୟବହାର କରିଥିଲୁ | ତା’ପରେ ଡବଲ୍ ଡେକର୍ ରାକରେ ୨୬୫ କାର ପରିବହନ କରାଯାଇଥିଲା | ଆଉ ଏବେ କମ୍ପାନୀ ୨୭ ଟି ରାକ ବ୍ୟବହାର କରୁଛି, ଯେଉଁ ରାକରେ ଏକା ସାଙ୍ଗରେ ୩୧୮ କାର ପଠାଯାଇପାରିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe