ଲଞ୍ଚ ହେଲା ମାରୁତି ଟୁର୍ ଏଚ୍ ୧ : ମୂଲ୍ୟ ୪.୮୦ଲକ୍ଷ, ମାଇଲେଜ୍ ୩୪କିଲୋମିଟର

Advertisment
ଲଞ୍ଚ ହେଲା ମାରୁତି ଟୁର୍ ଏଚ୍ ୧ : ମୂଲ୍ୟ ୪.୮୦ଲକ୍ଷ, ମାଇଲେଜ୍ ୩୪କିଲୋମିଟର

ନୂଆଦିଲ୍ଲୀ: ବଜାରକୁ ଆସିଲା ଆଉ ଏକ ଶସ୍ତା କାର୍। ଚାରିଚକିଆ ଗାଡ଼ି ଚଢ଼ିବାକୁ ଇଚ୍ଛା କରୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ କାର୍ ଯୋଗାଇବା ପାଇଁ ମାରୁତି ସୁଜୁକି ଲଞ୍ଚ କଲା ମାରୁତି ଟୁର୍ ଏଚ୍ ୧। ଏହି କାରର ମୂଲ୍ୟ ୪.୮୦ଲକ୍ଷ ଥିବା ବେଳେ ଏହାର ମାଇଲେଜ୍ ୩୪କିଲୋମିଟର ବୋଲି ଜଣାପଡ଼ିଛି। ପେଟ୍ରୋଲର ଦରକୁ ଆଖି ଆଗରେ ରଖି କମ୍ପାନି ଏଭଳି ଅଧିକ ମ‌ାଇଲେଜ୍ ଥିବା କାର୍ ବଜାରକୁ ଆଣିଥିବା କହିଛି। ଟ୍ୟାକ୍ସି ଭାବରେ ବ୍ୟବହାର କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କାର୍ କମ୍ପାନିର ସବୁଠାରୁ ସୁଲଭ ମଡେଲ୍ ଅଲ୍ଟୋ କେ୧୦ ଉପରେ ଆଧାରିତ।

ମାରୁତି ସୁଜୁକି ଟୁର୍ ଏଚ୍ ୧ରେ ଉଭୟ ପେଟ୍ରୋଲ୍ ଏବଂ ସିଏନଜି  ଚାଳିତ ବିକଳ୍ପ ରହିଛି। ପେଟ୍ରୋଲ ଚାଳିତ କାରର ମୂଲ୍ୟ ୪.୮୦ଲକ୍ଷ ହୋଇଥିବା ବେଳେ ସିଏନଜି ଇଞ୍ଜିନ୍ ଥିବା କାରର ମୂଲ୍ୟ ୫.୭୦ଲକ୍ଷ ଟଙ୍କା ରହିଛି। କମ୍ପାନି ପେଟ୍ରୋଲ ଚାଳିତ କାରରେ ୧.୦ ଲିଟର କ୍ଷମତା ବିଶିଷ୍ଟ ଡୁଆଲ୍ ଭିଭିଟି ଇଞ୍ଜିନ୍ ବ୍ୟବହାର କରିଛି, ଯାହା ୬୫ବିଏଚପି ପାୱାର ଏବଂ ୮୯ ଏନଏମ ଟାର୍କ ଉତ୍ପାଦନ କରିଥାଏ। ଅନ୍ୟପକ୍ଷରେ ଏହାର ସିଏନଜି ଭାରିଆଣ୍ଟ ୫୫.୯ ବିଏଚପି ଏବଂ ୮୨.୧ ଏନଏମ ଟାର୍କ ଉତ୍ପାଦନ କରେ। କମ୍ପାନି ଦାବି କରିଛି ଯେ ଏହାର ପେଟ୍ରୋଲ ଭାରିଆଣ୍ଟ ୨୪.୬୦ କିଲୋମିଟର ପର୍ଯ୍ୟନ୍ତ ଏବଂ ସିଏନଜି ଭାରିଆଣ୍ଟ ୩୪.୪୬ କିମି ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ।

ଏହି କାରରେ କିଛି ଜରୁରୀ ସୁରକ୍ଷା କୈଶିଷ୍ଟ୍ୟ ଅନ୍ତର୍ଭୂକ୍ତ କରାଯାଇଛି ଯେପରିକି ଡୁଆଲ୍ ଏୟାରବ୍ୟାଗ, ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ (ଏବିଏସ୍) ସହିତ ଇଲେକ୍ଟ୍ରୋନିକ୍ ବ୍ରେକଫୋର୍ସ ଡିଷ୍ଟ୍ରିବ୍ୟୁସନ, ସ୍ପିଡ୍ ଲିମଟ୍ ସଷ୍ଟମ ଏବଂ ରିଭର୍ସ ପାର୍କିଂ ସେନ୍ସର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe