ମାରୁତି ସୁଜୁକିର ରପ୍ତାନି ୨୦ ଲକ୍ଷ ଟପିଲା

Advertisment
ମାରୁତି ସୁଜୁକିର ରପ୍ତାନି ୨୦ ଲକ୍ଷ ଟପିଲା

Maruti Suzuki

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆର କାର ରପ୍ତାନି ୨୦ ଲକ୍ଷ ‌ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। କମ୍ପାନି ଏସ୍‌-‌ପ୍ରେସୋ, ସ୍ବିଫ୍ଟ୍‌, ଭିଟାରା ବ୍ରିଜା ଆଦି ମଡେଲ କାର୍‌ ଗୁଜରାଟର ମୁନ୍ଦ୍ରା ‌ବନ୍ଦରରୁ ଦକ୍ଷିଣ ଆଫ୍ରିକାକୁ ରପ୍ତାନି କରି ଏହି ସଫଳତା ହାସଲ କରିଛି। ଭାରତ ବିଶ୍ବର ଏକ ପ୍ରମୁଖ ଅଟୋମୋବାଇଲ୍ ଦେଶ ହେବାର ବହୁ ପୂର୍ବରୁ ମାରୁତି ସୁଜୁକି ଇଣ୍ଡିଆ ବିଦେଶକୁ କାର୍‌ ରପ୍ତାନି କରିଆସୁଛି। ଗତ ୩୪ ବର୍ଷ ହେଲା କମ୍ପାନି ରପ୍ତାନି ଜାରି ରଖିଛି। ଏଥିଯୋଗୁ କମ୍ପାନି ଏହାର କାର୍‌ ମାନରେ ଉନ୍ନତି ଆଣିବା ସହିତ ବିଶ୍ବସ୍ତରର ମାନଦଣ୍ଡକୁ ହାସଲ କରିପାରିଛି ବୋଲି ମାରୁତି ସୁଜୁକି ଇଣ୍ଡିଆର ଏମ୍‌ଡି ତଥା ସିଇଓ କେନିଚି ଆୟୁକାୱା କହିଛନ୍ତି। କମ୍ପାନି ଏବେ ବିଶ୍ବର ୧୦୦ରୁ ଅଧିକ ଦେଶକୁ ୧୪ଟି ମଡେଲ ଗାଡ଼ି ରପ୍ତାନି କରୁଛି। ଏହି ୧୪ଟି ମଡେଲ ମଧ୍ୟରେ ପାଖାପାଖି ୧୫୦ଟି ଭାରିଆଣ୍ଟ୍‌ ଗାଡ଼ି ରହିଛି ବୋଲି ସେ କହିଛନ୍ତି।

୧୯୮୬-୮୭ ବର୍ଷରୁ କମ୍ପାନି ବିଦେଶକୁ ଗାଡ଼ି ରପ୍ତାନି କରିଆସୁଛି। ୧୯୮୭ ମସିହାରେ ପ୍ରଥମ ଥର ପାଇଁ କମ୍ପାନି ହଙ୍ଗେରିକୁ ୫୦୦ ସଂଖ୍ୟକ କାର୍‌ ରପ୍ତାନି କରିଥିଲା। ତେବେ ୨୦୧୨-୧୩ରେ କମ୍ପାନି ୧୦ ଲକ୍ଷ କାର୍‌ ରପ୍ତାନିର ମାଇଲଖୁଣ୍ଟ ହାସଲ କରିଥିବାବେଳେ ଏହାର ୮ ବର୍ଷ ପରେ ୨୦ ଲକ୍ଷ ରପ୍ତାନି ମାଇଲଖୁଣ୍ଟ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe