କାର୍‌ ନକିଣି ମାଲିକ ହେବାର ସୁଯୋଗ ଦେବ ମାରୁତି

Advertisment
କାର୍‌ ନକିଣି ମାଲିକ ହେବାର ସୁଯୋଗ ଦେବ ମାରୁତି

Indian Autos Blog

ନୂଆଦିଲ୍ଲୀ : କାର୍‌କୁ ସମ୍ପୂର୍ଣ୍ଣ ନକିଣି ତାହାର ମାଲିକ ହେବାର ସୁଯୋଗ ଦେବ ମାରୁତି ସୁଜୁକି। ଏଥିପାଇଁ କଂପାନି ପକ୍ଷରୁ ସବ୍‌ସ୍କ୍ରିପ୍‌ସନ୍‌ ସ୍କିମ୍ ଘୋଷଣା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଦ୍ରାବାଦ ଓ ପୁନେରେ ଏହି ସ୍କିମ୍‌ର ପରୀକ୍ଷଣ କରାଯିବ। ମାଇଲେସ୍‌‌ ଅଟୋମୋଟିଭ୍ ଟେ‌କ୍ନୋଲୋଜିସ୍‌ ଜରିଆରେ ଏହି ବ୍ୟବସ୍ଥ‌ା ଆରମ୍ଭ କରାଯାଇଛି। ଏହି ସ୍କିମ୍‌ରେ ଗ୍ରାହକମାନେ ମାରୁତି ସୁଜୁକିର ସ୍ବିଫ୍‌ଟ ଡିଜାୟାର, ଭିଟାରା ବ୍ରିଜା, ଏର୍ଟିଗା, ବାଲେନୋ, ସିଆଜ୍, ଏକ୍ସଏଲ୍‌୬କୁ ୧୨, ୧୮, ୨୪, ୩୦, ୩୬, ୪୨ ଓ ୪୮ ମାସ ପାଇଁ ଆଣିପାରିବେ। ହାଇଦ୍ରାବାଦ‌ରେ ସ୍ବିଫ୍‌ଟ ଏଲ୍‌ଏକ୍ସଆଇକୁ ସବ୍‌ସ୍କ୍ରିପ୍‌ସନ୍‌ରେ ନେବାକୁ ହେଲେ ମାସକୁ ୧୭,୬୦୦ ଟଙ୍କା ଦେବାକୁ ପଡ଼ିବ। ‌ପୁନେରେ ସେହି ସମାନ ମଡେଲ୍‌ ପାଇଁ ମାସିକ ୧୮,୩୫୦ ଟଙ୍କା ଦେବାକୁ ହେବ। ସବ୍‌ସ୍କ୍ରିପ୍‌ସନ୍ ଅବଧି ଶେଷ ହେବା ପରେ ଗାଡ଼ିକୁ ବାଏବ୍ୟାକ୍ କରିବାର ସୁଯୋଗ ମଧ୍ୟ ଗ୍ରାହକଙ୍କୁ ଦିଆଯିବ। କଂପାନିର ଇଡି ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ପରିବର୍ତିତ ସମୟରେ ଲୋକମାନେ ସାର୍ବଜନୀନ ପରିବହନ ବ୍ୟବସ୍ଥା ବଦଳରେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାକୁ ଚାହୁଛନ୍ତି। ସେମାନେ ପକେଟ୍‌କୁ ସୁହାଇବା ଭଳି ସମାଧାନ ଚାହୁଛନ୍ତି। ସେମାନଙ୍କ ଆବଶ୍ୟକତାକୁ ମାରୁତି ସୁଜୁକି ସବ୍‌ସ୍କ୍ରାଇବ୍‌ ପୂରଣ କରିବାରେ ସହାୟକ ହେବ। ଗ୍ରାହକମାନଙ୍କୁ ଶୂନ ଡାଉନ‌୍‌ ପେମେଣ୍ଟ୍‌, କାର୍‌ର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ, ବୀମା ଓ ୨୪ ଘଂଟିଆ ସଡ଼କ ପାର୍ଶ୍ବ ସହାୟତା ଭଳି ସୁବିଧା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe