ନ୍ୟୁୟର୍କ: ଜଣେ ସହକର୍ମୀଙ୍କ ସହ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖିବା ମ୍ୟାକ୍ଡୋନାଲ୍ଡସ୍ର ସିଇଓ ଷ୍ଟିଭ୍ ଇଷ୍ଟରବ୍ରୁକ୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ କଂପାନିରୁ ବିଦା କରାଯାଇଛି। ନିଜ ଦୋଷକୁ ଷ୍ଟିଭ୍ ସ୍ବୀକାର କରିଛନ୍ତି ଏବଂ ଏକ ଇ-ମେଲ୍ ଜରିଆରେ ଜଣାଇଛନ୍ତି ଯେ ତାହା ଏକ ଭୁଲ୍ ଥିଲା। ବିଶ୍ବର ଅଗ୍ରଣୀ ଫାଷ୍ଟ୍ ଫୁଡ୍ କଂପାନି ମ୍ୟାକ୍ଡୋନାଲ୍ଡସ୍ର ନିୟମ ଅନୁସାରେ କୌଣସି ପ୍ରବନ୍ଧକ ସେମାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହଯୋଗୀଙ୍କ ସହ କୌଣସି ପ୍ରକାର ପ୍ରେମ ସମ୍ପର୍କ ରଖିପାରିବେ ନାହିଁ। ଷ୍ଟିଭ୍ ସେହି ନିୟମର ଉଲ୍ଲଂଘନ କରିଥିଲେ। ୨୦୧୫ରୁ ସେ ମ୍ୟାକ୍ଡୋନାଲ୍ଡର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ଥାନରେ କ୍ରିସ୍ କେମ୍ପ୍ଜିନ୍ସ୍କିଙ୍କୁ କଂପାନିର ନୂଆ ସିଇଓ ଭାବେ ଚୟନ କରାଯାଇଛି। କର୍ମକ୍ଷେତ୍ରରେ ହେଉଥିବା ଯୌନ ଶୋଷଣ ଘଟଣାଗୁଡ଼ିକ ଉପରେ ସଚେତନତା ସୃଷ୍ଟି ଲାଗି ସାରା ବିଶ୍ବରେ ‘ମି ଠୁ’ ନାମରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହାର ପ୍ରଭାବରେ ଷ୍ଟିଭ୍ ବିରୋଧରେ ମ୍ୟାକ୍ଡୋନାଲ୍ଡସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଇପାରେ ବୋଲି ଅନୁମାନ କରାଯାଉଛି।
ସହକର୍ମୀଙ୍କ ସହ ଯୌନ ସମ୍ପର୍କ ରଖି ତଡ଼ା ଖାଇଲେ ମ୍ୟାକ୍ଡୋନାଲ୍ଡସ୍ ସିଇଓ
Advertisment
Follow Us