ଏମସିଏଲର କାର୍ଡିଆକ୍‌ କେୟାର ସେଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ ହେବ: ଅକ୍ଟୋବର ସୁଦ୍ଧା ତା‌ଳଚେର ମେଡିକାଲର ସେବା ଆରମ୍ଭ

Advertisment

ଚଳିତବର୍ଷ ୨୦୪ ନିୟୁତ ଟନ୍ କୋଇଲା ଉତ୍ପାଦନ ଟାର୍ଗେଟ, ଗତ ଆର୍ଥିକ ବର୍ଷରେ କରିଛି ୧୯୩.୩ ନିୟୁତ ଟନ୍ କୋଇଲା ଉତ୍ପାଦନ

ଚଳିତବର୍ଷ ୨୦୪ ନିୟୁତ ଟନ୍ କୋଇଲା ଉତ୍ପାଦନ ଟାର୍ଗେଟ, ଗତ ଆର୍ଥିକ ବର୍ଷରେ କରିଛି ୧୯୩.୩ ନିୟୁତ ଟନ୍ କୋଇଲା ଉତ୍ପାଦନ

ଏମସିଏଲର କାର୍ଡିଆକ୍‌ କେୟାର ସେଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ ହେବ: ଅକ୍ଟୋବର ସୁଦ୍ଧା ତା‌ଳଚେର ମେଡିକାଲର ସେବା ଆରମ୍ଭ

ଭୁବନେଶ୍ବର: ମହାନଦୀ କୋଲ୍‌ ଫିଲ୍‌ଡ୍ସ (ଏମ୍‌ସିଏଲ୍‌) ପକ୍ଷରୁ ଝାରସୁଗୁଡ଼ାରେ ନିର୍ମାଣାଧୀନ କାର୍ଡିଆକ୍ କେୟାର ସେଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ଏମସିଏଲ୍‌ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଏଥିସହିତ ତାଳଚେରଠାରେ ନିର୍ମାଣାଧୀନ ଏମସିଏଲ ହସ୍ପିଟାଲ ମଧ୍ୟ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବା ନେଇ ସେ ଆଶାବାଦୀ ଅଛନ୍ତି। ଏଥିପାଇଁ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସମେତ ଯନ୍ତ୍ରପାତି କ୍ରୟ ପ୍ରକ୍ରିୟା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଉକ୍ତ ହସ୍ପିଟାଲ ନିର୍ମାଣ ହେବା ପରେ ଦ୍ବିତୀୟ ପର୍ଯାୟରେ ଏଠାରେ ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ନେଇ ଯୋଜନା ରହିଛି।

ଏହାବ୍ୟତୀତ ଓଡ଼ିଶାରେ ୧୬୦୦ ମେଗାୱାଟ ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନ କରିବ। ସେହିଭଳି କମ୍ପାନି ଆଲୁମିନିୟମ ବ୍ୟବସାୟରେ ମଧ୍ୟ ପ୍ରବେଶ କରିବ। କମ୍ପାନିକୁ ବକ୍ସାଇଟ୍ ଖଣି ମିଳିବା ପ୍ରକ୍ରିୟା ଚାଲିଛି ବୋଲି ଏମସିଏଲ୍‌ର ସିଏମଡି ଓମ୍ ପ୍ରକାଶ ସିଂହ ସୂଚନା ଦେଇଛନ୍ତି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନି କମ୍ପାନି ରେକର୍ଡ ୧୯୩.୩ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି। ୨୦୨୧-୨୨ ଆର୍ଥିକ ବର୍ଷର କୋଇଲା ଉତ୍ପାଦନ ତୁଳନାରେ ଏହା ୨୫ ନିୟୁତ ଟନ ବା ୧୫ ପ୍ରତିଶତ ଅଧିକ। ସେହିଭଳି କମ୍ପାନି ରେକର୍ଡ ୧୯୨.୭ ନିୟୁତ ଟନ କୋଇଲା ପ୍ରେରଣ କରିଛି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏହା ୧୬ ନିୟୁତ ଟନ ବା ୯ ପ୍ରତିଶତ ଅଧିକ। ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ବିଦ୍ୟୁତ କ୍ଷେତ୍ରକୁ ଏମସିଏଲର କୋଇଲା ଯୋଗାଣ ୧୨୭.୧୨ ନିୟୁତ ଟନରୁ ୧୪୯ ନିୟୁତ ଟନକୁ ବୃଦ୍ଧି ପାଇଛି। ୨୦୨୩-୨୪ରେ କମ୍ପାନି ୨୦୪ ନିୟୁତ ଟନ କୋଇଲା ଉତ୍ପାଦନ ଓ ପ୍ରେରଣ ଲକ୍ଷ୍ୟ ରଖିଛି। ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ନିର୍ଦ୍ଦେଶକ କେଶବ ରାଓ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପିକେ ପଟେଲ, ନିର୍ଦ୍ଦେଶକ ଯୁଗଳ କୁମାର ବୋରାହ, ନିର୍ଦ୍ଦେଶକ ଅଜିତ କୁମାର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe