Image Courtesy of NDTV
ନୂଆଦିଲ୍ଲୀ: ପିଏନବି ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି କ୍ୟୁବା ଯିବାକୁ ପ୍ରୟାସ କରୁଥିବା ବେଳେ ଡୋମିନିକାରେ ଧରାପଡିଥିବା ଖବର ମିଳିଛି। ଦୁଇ ଦିନ ପୂର୍ବରୁ ସେ ଆଣ୍ଟିଗୁଆରେ ଥିବା ନିଜ ଘରୁ ରାତ୍ରି ଭୋଜନ କରିବା ଲାଗି ଏକ ରେସ୍ତୋରାଁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନଥିଲେ। ତାଙ୍କ ଘର ଲୋକ ପୁଲିସରେ ଖବର ଦେବା ପରେ ତାଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କ ଗାଡ଼ି ମିଳିଥିଲା, କିନ୍ତୁ ସେ ମିଳିନଥିଲେ। ସେ କ୍ୟୁବା ଚାଲି ଯାଇଥିବା ସନ୍ଦେହ କରାଯାଉଥିଲା।
Follow Us