ପ୍ରମାଣ ନଷ୍ଟ କରୁଥିବା ବେଳେ ଧରାପଡ଼ିଲେ ମେହୁଲ୍ ଚୋକ୍‌ସି, ସ‌‌ନ୍ଦେହଜନକ ହାବଭାବ କାଳ ହେଲା

Advertisment

ସମୁଦ୍ରକୁ କାଗଜପତ୍ର ଫୋପାଡ଼ୁଥିଲେ, ସିଧା ଭାରତ ପଠାଇଦିଅ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ସମୁଦ୍ରକୁ କାଗଜପତ୍ର ଫୋପାଡ଼ୁଥିଲେ, ସିଧା ଭାରତ ପଠାଇଦିଅ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ଆମେରିକାକୁ ଚିକିତ୍ସା ପାଇଁ ଯିବାକୁ ମେହୁଲଙ୍କ ଆବେଦନ

Image Courtesy of NDTV

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସି ଆଣ୍ଟିଗୁଆ ଓ ବରବୁଡାରୁ ହଠାତ ନିଖୋଜ ହୋଇଯିବା ଓ ଏହାର ପଡୋଶୀ ଦେଶ ଡୋମିନିକା‌ରେ ଗିରଫ ହେବା କୌଣସି ବଲିଉଡ୍‌ ସିନେମା କାହାଣୀ ଠାରୁ କମ୍ ନୁହେଁ। ଆଣ୍ଟିଗୁଆରୁ ଏକ ବୋଟ୍ ଜରିଆରେ ସେ ଡୋମିନିକା ଯାଇଥିବା ସନ୍ଦେହ କରାଯାଉଛି। କାରଣ ସେ ଯେଉଁଠାରେ ପହଞ୍ଚିଥିଲେ ସେଠାରେ କୌଣସି ବିମାନ ବନ୍ଦର ନାହିଁ। ସମୁଦ୍ର କୂଳରେ ଠିଆ ହୋଇ କେତେକ କାଗଜପତ୍ରକୁ ସେ ସମୁଦ୍ର ଭିତରକୁ ଫୋପାଡ଼ୁଥିବା ବେଳେ ତାଙ୍କ କାର୍ଯ୍ୟକଳାପକୁ ଦେଖି ସ୍ଥାନୀୟ ପୁଲିସ ସନ୍ଦେହ ପ୍ରକଟ କରିଥିଲେ। କିଛି ପୁଲିସ ତାଙ୍କ ପାଖରେ ପହଞ୍ଚି ଡୋମିନିକା ଆସିବାର ଅଭିପ୍ରାୟ ବିଷୟରେ ଜାଣିବାକୁ ଚାହିଥିଲେ। ସେ କୌଣସି ଉତ୍ତର ନଦେବାରୁ ତାଙ୍କୁ ଗିରଫ କରାଯାଇଥିଲା। ପରବର୍ତୀ ସମୟରେ ସେ ପିଏନ୍‌ବି ଠକେଇର ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା। ସେ ସମୁଦ୍ରକୁ ଯେଉଁ କାଗଜପତ୍ର ଫୋପାଡ଼ିଥିଲେ ତାହା ଖୋଜିବା ଲାଗି ସ୍କୁବା ଡାଇଭର୍‌ଙ୍କୁ ନିଯୁକ୍ତ କରାଯାଇଛି। ସ୍ଥାନୀୟ ପୁଲିସ ତାଙ୍କୁ ଜେରା କରିବା ପରେ ଜାଣିବାକୁ ପାଇଛି ଯେ ସେ ଡୋମିନିକା‌ରେ କିଛି ଦିନ ରହିବା ପରେ ସେଠାରୁ କ୍ୟୁବା ଯିବାକୁ ଯୋଜନା ରଖିଥିଲେ।

ଡୋମିନିକାରେ ମେହୁଲ୍ ଚୋକ୍‌ସି ଧରାପଡ଼ିବା ପରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗଷ୍ଟନ ବ୍ରାଉନ୍ କହିଛନ୍ତି ଯେ ‌ସେ ଆଣ୍ଟିଗୁଆ ଛାଡ଼ି ଐତିହାସିକ ଭୁଲ କରିଛନ୍ତି। ତାଙ୍କୁ ଆଣ୍ଟିଗୁଆ ପଠାଇବାର କୌଣସି ଆବଶ୍ୟକତା ନାହିଁ। ଚୋକ୍‌ସିଙ୍କୁ ଖୋଜୁଥିବା ଦେଶ ଭାରତକୁ ତୁରନ୍ତୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ବ୍ରାଉନ୍ କହିଛନ୍ତି। ଡୋମିନିକା‌ରେ ଚୋକ୍‌ସି ଧରାପଡ଼ିଥିବା ବିଷୟରେ ବ୍ରାଉନ୍ ତତ୍କାଳ ଭାରତୀୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଏକ ଜେଟ୍ ପଠାଇ ତାଙ୍କୁ ସେଠାରୁ ନେଇଯିବାକୁ କହିଛନ୍ତି। କିନ୍ତୁ ଏ ସମ୍ପର୍କରେ ଚୋକ୍‌ସିଙ୍କ ଆଇନଜୀବୀ ବିଜୟ ଅଗ୍ରୱାଲ୍ କହିଛନ୍ତି ଯେ ଏବେ ସେ ଭାରତୀୟ ନାଗରିକ ନୁହନ୍ତି। ତେଣୁ ତାଙ୍କୁ ଆଇନଗତ ପ୍ରକ୍ରିୟା‌ରେ ଭାରତ ପଠାଇ ହେବ ନାହିଁ। ଯେହେତୁ ସେ ଆଣ୍ଟିଗୁଆର ନାଗରିକ ତେଣୁ ତାଙ୍କୁ ‌ସେହି ଦେଶକୁ ପ୍ରତ୍ୟର୍ପଣ କରାଯିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe