ଭୁବନେଶ୍ବର: ନେକ୍ସସ୍ ଏସପ୍ଲାନେଡ୍ ମଲ୍ରେ ସ୍ଥାପନ କରାଯାଇଥିବା ମେଲୋରାର ନୂଆ ଏକ୍ସପେରିଏନ୍ସ ସେଣ୍ଟର୍ରକୁ ବିଏମ୍ସି ମେୟର ସୁଲୋଚନା ଦାସ ଉଦଘାଟନ କରିଛନ୍ତି। ଏହାର ଷ୍ଟୋର୍ରେ ମହିଳାମାନଙ୍କ ପାଇଁ ହାଲୁକା, ଫାଇନ୍, ଟ୍ରେଣ୍ଡି, ମଡ୍ୟୁଲାର ଓ ଫେସନେବଲ୍ ସୁନା ଗହଣା ଉପଲବ୍ଧ ହୋଇଛି। ମେଲୋରା ଡଟ୍ କମ୍ ଜରିଆରେ ମଧ୍ୟ ଗ୍ରାହକମାନେ ଗହଣା ବରାଦ କରିପାରିବେ। କଂପାନି ଏବେ ଦେଶର ସମସ୍ତ ୭୧୮ ଜିଲ୍ଲାରେ ଏହାର ସାମଗ୍ରୀ ଡେଲିଭରି କରୁଛନ୍ତି। ଏହି ଅବସରରେ କଂପାନିର ପ୍ରତିଷ୍ଠାତା ଓ ସିଇଓ ସରୋଜା ୟେରାମିଲି କହିଛନ୍ତି ଯେ ଆଜିର ମହିଳାମାନେ ସେଭଳି ଗହଣା ଚାହୁଛନ୍ତି ଯାହାକୁ ସେମାନେ ନିତିଦିନ ପିନ୍ଧିପାରିବେ। ତାହାକୁ ନଜରରେ ରଖି ମେଲୋରା ପକ୍ଷରୁ ଗ୍ରାହକମାନଙ୍କ ଲାଗି ୧୭ ହଜାରରୁ ଅଧିକ ପ୍ରକାର ଡିଜାଇନ୍ ଉପଲବ୍ଧ କରାଯାଇଛି ଯାହା ସୁଲଭ ମୂଲ୍ୟରେ ମିଳୁଛି। କଂପାନିର ଅଧିକାଂଶ ଗହଣାର ମୂଲ୍ୟ ୨୫-୫୦ ହଜାର ଟଙ୍କା ମଧ୍ୟରେ ରହିଛି।
‘ମେଲୋରା’ର ନୂଆ ଏକ୍ସପେରିଏନ୍ସ ସେଣ୍ଟର
Advertisment
Follow Us