ରାଜ୍ୟରେ ଯୁବ ଉଦ୍ୟୋଗୀଙ୍କୁ ମେଣ୍ଟରିଂ ସହାୟତା

Advertisment
ରାଜ୍ୟରେ ଯୁବ ଉଦ୍ୟୋଗୀଙ୍କୁ ମେଣ୍ଟରିଂ ସହାୟତା

Indus Dictum

ଭୁବନେଶ୍ବର: ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ଲାଗି ବିୱାଇଏସ୍‌ଟି-ଏଫ୍‌ସିଡିଓ ପକ୍ଷରୁ ମେଣ୍ଟରିଂ ସହାୟତା ପ୍ରଦାନ କରାଯାଉଛି। କଳିଙ୍ଗନଗର, ରାୟଗଡ଼ା, ଭୁବନେଶ୍ବର ଓ କଟକ ଆଦି ସ୍ଥାନରେ ଏହାର ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୦୦୦ ଯୁବକଯୁବତୀ ଏହି କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ଜଗତରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ମେଣ୍ଟର ଭାବେ ଚିହ୍ନଟ କରାଯାଉଛି। ଏହା ପରେ ଏକ ନିର୍ଦିଷ୍ଟ ସ୍ଥାନର କିଛି ଯୁବକଯୁବତୀଙ୍କୁ ଉଦ୍ୟୋଗୀ ହେବା ଲାଗି ଉତ୍ସାହିତ କରାଯାଉଛି।

ଯାହାର ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ରହିଛି ସେମାନଙ୍କୁ ସେହି କ୍ଷେତ୍ରରେ ସଂସ୍ଥା ସ୍ଥାପନ କରିବାକୁ ଲାଗି କୁହାଯାଉଛି। ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କରୁ ଋଣ ଯୋଗାଡ଼ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଏହି ପ୍ରସଙ୍ଗରେ ବିୱାଇଏସ୍‌ଟି-ଏଫ୍‌ସିଡିଓ ପକ୍ଷରୁ ଏକ ଡିଜିଟାଲ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବ୍ରିଟିସ ଉପ ଉଚ୍ଚାୟୁକ୍ତ ନିକ୍ ଲୋ, ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ (ଓଏସ୍‌ଡିଏ) ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ବିୱାଇଏସ୍‌ଟି ଟ୍ରଷ୍ଟି ବୋର୍ଡର ସଦସ୍ୟ ଆର୍‌ ମୁକୁନ୍ଦନ ଓ ବିଭିନ୍ନ ଅନୁଷ୍ଠାନର ୧୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe