ଆଉ କିଛି ଗାଡ଼ି ନିର୍ମାଣ କାରଖାନା ବନ୍ଦ

ଆଉ କିଛି ଗାଡ଼ି ନିର୍ମାଣ କାରଖାନା ବନ୍ଦ

Forbes

ନୂଆଦିଲ୍ଲୀ: କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାଣ କରୁଥିବା ଆଉ କିଛି କଂପାନି ନିଜ କାରଖାନାକୁ ବନ୍ଦ କରିଥିବା ବିଷୟରେ ଘୋଷଣା କରିଛନ୍ତି। କର୍ମଚାରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଭିଏସ୍ ତରଫରୁ ଭାରତ ଓ ଇଣ୍ଡୋନେସିଆରେ ଥିବା କାରଖାନାକୁ ଦୁଇ ଦିନ ପାଇଁ କାରଖାନା ବନ୍ଦ କରାଯାଇଛି। ସେହିପରି ୟାମାହା ଇଣ୍ଡିଆ ଏହାର ଚେନ୍ନାଇ, ସୁରଜପୁର ଓ ଫରିଦାବାଦ କାରଖାନାକୁ ବନ୍ଦ କରିଛି। ହୋଣ୍ଡା ୨ହ୍ବିର୍ଲସ୍ ଇଣ୍ଡିଆ ମଧ୍ୟ କାରଖାନା ବନ୍ଦ କରିଛି। କାର୍‌ ନିର୍ମାତାଙ୍କ ମଧ୍ୟରେ କିଆ ମୋଟର୍ସ, ହୋଣ୍ଡା, ଟାୟୋଟା ଓ ହୁଣ୍ଡାଇ ତରଫରୁ କାରଖାନା ବନ୍ଦ କରାଯାଇଛି। ଗତକାଲି ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ନିଜର କାରଖାନା ବନ୍ଦ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe